ଯୋଗ ପୋଜ୍‌ରେ ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ଏବେ ଏକ ଫଟୋ ଦେଖିବା ପରେ ତାଙ୍କ ଉପରେ ପ୍ରଶଂସକମାନେ ବିଶ୍ୱାସ ଦୃଢ଼ କରିଛନ୍ତି। ପ୍ରକୃତରେ ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଝିଅ ଭାମିକାଙ୍କ ରୁମ୍‌ରେ ଯୋଗ କରୁଥିବା ନଜର ଆସିଛନ୍ତି। ଏହା ଦେଖି ତାଙ୍କର ଇନ୍‌ଷ୍ଟାଗ୍ରାମ ଫଲୋଅର୍ସମାନେ ପଜିଟିଭ୍‌ ପ୍ରତିକ୍ରିୟା ଦେଇଛନ୍ତି।

ଏଥିରେ ଅନୁଷ୍କା ଯୋଗ କରୁଥିବାର ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନରେ ଅଭିନେତ୍ରୀ ଦୁଇଟି ଇମୋଜି ଦେଇଛନ୍ତି। ଭାମିକାଙ୍କ ଖେଳନା ମଧ୍ୟ ତାଙ୍କ ପଛରେ ଦେଖିବାକୁ ମିଳେ। ଏହା ସହିତ ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟା ପୋଷ୍ଟରେ ତାଙ୍କ ଯୋଗ ପ୍ରଶିକ୍ଷକଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।

ଅନୁଷ୍କାଙ୍କ ଓ୍ବାର୍କଆଉଟ ରୁଟିନ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ପ୍ରଭାବିତ ହୋଇଛନ୍ତି। ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଓ୍ବାଓ’। ଅନ୍ୟ ଜଣେ ଲେଖିଛନ୍ତି, ‘ଚମତ୍କାର’। ଏହା ସରଳ ଦେଖାଯାଉଛି କିନ୍ତୁ ଏହା ସରଳ ନୁହେଁ। ବହୁତ ସୁନ୍ଦର ଅନୁଷ୍କା ମାମ୍‌। ଅନ୍ୟ ଜଣେ ପ୍ରଶଂସକ ଅନୁଷ୍କାଙ୍କୁ ‘ସୁପରଫ୍ଲେକ୍ସିବଲ’ ବୋଲି ବର୍ଣ୍ଣନା କରିଥିବାବେଳେ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ପରିଶ୍ରମୀ ମା’। ତାଙ୍କର ଏହି ଯୋଗ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Share