ବଲିଉଡର ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ଆଗାମୀ ଫିଲ୍ମ ‘ମର୍ଦାନୀ-୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲରଟି ନିକଟରେ ମୁକ୍ତିଲାଭ କରିଛି। ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। କେବଳ ପ୍ରଶଂସକ ନୁହେଁ, ସେଲିବ୍ରିଟିମାନେ ରାଣୀଙ୍କୁ ବାଃ ବାଃ କହିଛନ୍ତି।
ମର୍ଦାନୀ ୩ ରାଣୀ ମୁଖାର୍ଜୀଙ୍କ ‘ମର୍ଦାନୀ’ ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ। ଖୁବ ଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଅଭିନେତ୍ରୀ ପୁଣି ଥରେ ବଡ଼ ପରଦାରେ ନିର୍ଭୀକ ଏବଂ ଦକ୍ଷ ପୋଲିସ ଅଧିକାରୀ ଶିବାନୀ ଶିବାଜୀ ରୟ ଭାବରେ ଦେଖାଯିବେ। ପୂର୍ବରୁ ଉଭୟ ଫିଲ୍ମକୁ ଦର୍ଶକମାନେ ଭଲ ଭାବରେ ଗ୍ରହଣ କରିଥିଲେ। ‘ମର୍ଦାନୀ ୨’ର ୭ ବର୍ଷ ପରେ ‘ମର୍ଦାନୀ ୩’ ମୁକ୍ତିଲାଭ କରିବାକୁ ଯାଉଛି।
ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ରାଣୀଙ୍କ ମର୍ଦ୍ଦାନୀ ୩ର ଟ୍ରେଲରକୁ ପସନ୍ଦ କରିଥିଲେ। ଅଭିନେତ୍ରୀଙ୍କ ପ୍ରଶଂସା କରି ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫିଲ୍ମର ଟ୍ରେଲର ଶେୟାର କରିଛନ୍ତି। ଅନୁଷ୍କା ଲେଖିଛନ୍ତି, ‘ଅଭିନନ୍ଦନ, ରାଣୀ। ପ୍ରତ୍ୟେକ କାମରେ ମୁଁ ସବୁବେଳେ ତୁମର କାମ ଏବଂ ମର୍ଯ୍ୟାଦାକୁ ପ୍ରଶଂସା କରିଛି। ତୁମ ପାଇଁ କ’ଣ ଅଛି ତାହା ଦେଖିବାକୁ ମୁଁ ବହୁତ ଉତ୍ସାହିତ।
ମର୍ଦାନୀ ୩ ରାଣୀଙ୍କ ସ୍ବାମୀ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଅଭିରାଜ ମିନାୱାଲାଙ୍କ ଦ୍ୱାରା ନିର୍ଦ୍ଦେଶିତ। ୟଶ ରାଜ ଫିଲ୍ମସ ବ୍ୟାନରରେ ନିର୍ମିିତ ଏହି ଫିଲ୍ମରେ ଦକ୍ଷିଣ ଅଭିନେତ୍ରୀ ମଲ୍ଲିକା ପ୍ରସାଦ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।
ମର୍ଦ୍ଦାନୀ ୩ ଜାନୁଆରୀ ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ନିର୍ମାଣରେ ପ୍ରାୟ ୭୫ କୋଟି ଖର୍ଚ୍ଚ ହୋଇଛି।

Dharitri – Odisha’s No.1 Odia Daily

