ରାଣୀଙ୍କୁ ନେଇ ଏମିତି କହିଦେଲେ ଅନୁଷ୍କା ଶର୍ମା

ବଲିଉଡର ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ଆଗାମୀ ଫିଲ୍ମ ‘ମର୍ଦାନୀ-୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲରଟି ନିକଟରେ ମୁକ୍ତିଲାଭ କରିଛି। ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। କେବଳ ପ୍ରଶଂସକ ନୁହେଁ, ସେଲିବ୍ରିଟିମାନେ ରାଣୀଙ୍କୁ ବାଃ ବାଃ କହିଛନ୍ତି।
ମର୍ଦାନୀ ୩ ରାଣୀ ମୁଖାର୍ଜୀଙ୍କ ‘ମର୍ଦାନୀ’ ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ। ଖୁବ ଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଅଭିନେତ୍ରୀ ପୁଣି ଥରେ ବଡ଼ ପରଦାରେ ନିର୍ଭୀକ ଏବଂ ଦକ୍ଷ ପୋଲିସ ଅଧିକାରୀ ଶିବାନୀ ଶିବାଜୀ ରୟ ଭାବରେ ଦେଖାଯିବେ। ପୂର୍ବରୁ ଉଭୟ ଫିଲ୍ମକୁ ଦର୍ଶକମାନେ ଭଲ ଭାବରେ ଗ୍ରହଣ କରିଥିଲେ। ‘ମର୍ଦାନୀ ୨’ର ୭ ବର୍ଷ ପରେ ‘ମର୍ଦାନୀ ୩’ ମୁକ୍ତିଲାଭ କରିବାକୁ ଯାଉଛି।

ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ରାଣୀଙ୍କ ମର୍ଦ୍ଦାନୀ ୩ର ଟ୍ରେଲରକୁ ପସନ୍ଦ କରିଥିଲେ। ଅଭିନେତ୍ରୀଙ୍କ ପ୍ରଶଂସା କରି ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫିଲ୍ମର ଟ୍ରେଲର ଶେୟାର କରିଛନ୍ତି। ଅନୁଷ୍କା ଲେଖିଛନ୍ତି, ‘ଅଭିନନ୍ଦନ, ରାଣୀ। ପ୍ରତ୍ୟେକ କାମରେ ମୁଁ ସବୁବେଳେ ତୁମର କାମ ଏବଂ ମର୍ଯ୍ୟାଦାକୁ ପ୍ରଶଂସା କରିଛି। ତୁମ ପାଇଁ କ’ଣ ଅଛି ତାହା ଦେଖିବାକୁ ମୁଁ ବହୁତ ଉତ୍ସାହିତ।
ମର୍ଦାନୀ ୩ ରାଣୀଙ୍କ ସ୍ବାମୀ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଅଭିରାଜ ମିନାୱାଲାଙ୍କ ଦ୍ୱାରା ନିର୍ଦ୍ଦେଶିତ। ୟଶ ରାଜ ଫିଲ୍ମସ ବ୍ୟାନରରେ ନିର୍ମିିତ ଏହି ଫିଲ୍ମରେ ଦକ୍ଷିଣ ଅଭିନେତ୍ରୀ ମଲ୍ଲିକା ପ୍ରସାଦ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।

ମର୍ଦ୍ଦାନୀ ୩ ଜାନୁଆରୀ ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ନିର୍ମାଣରେ ପ୍ରାୟ ୭୫ କୋଟି ଖର୍ଚ୍ଚ ହୋଇଛି।

Mardaani 3

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଯୁଦ୍ଧ ଭିତରେ ଭାରତକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, ଚମକି ପଡିଲା ଚାଇନା

ନୂଆଦିଲ୍‌ଲୀ,୧୨।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ତାର ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ରୁଷିଆରୁ ତୈଳ କ୍ରୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି…

ଅଧରାତିରେ ପରିବାରର ୩ ଜଣଙ୍କୁ ହତ୍ୟା କରି ଫେରାର ବୃଦ୍ଧ: ଥାନାରେ ପହଞ୍ଚିଲେ ପୁଅ

ଦେବଗଡ଼,୧୨।୩(ଶଶାଙ୍କ ଶେଖର ଝାଙ୍କର) ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା। ଏଥିରେ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସ୍ତ୍ରୀ, ବୋହୂ…

ଭାରତକୁ ବଡ଼ ଝଟ୍‌କା ଦେବ ଆମେରିକା: ଆରମ୍ଭ ହୋଇଗଲା…

ଓ୍ବାଶିଂଟନ୍‌,୧୨।୩: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିଦେଶୀ ଶିଳ୍ପ ଉତ୍ପାଦନ ଉପରେ ଏକ ନୂତନ ବାଣିଜ୍ୟ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଆମେରିକାର ସୁପ୍ରିମକୋର୍ଟ ଏକ…

ସିଲିଣ୍ଡରକୁ ନେଇ ଆସିଲା ପୁଣି ବଡ଼ ଖବର, ସରକାର କହିଦେଲେ କାଲିଠୁ…

ନୂଆଦିଲ୍ଲୀ ,୧୨ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଏବେ ତୈଳ ଏବଂ ଗ୍ୟାସ୍‌ ଯୋଗାଣ ଶୃଙ୍ଖଳ ଭାରି ମାତ୍ରାରେ ପ୍ରଭାବିତ ହୋଇଛି। ଏହାକୁ ନେଇ ଦେଶରେ ପେଟ୍ରୋଲିୟମଜାତ…

ଭୟଙ୍କର ଯୁଦ୍ଧ, ଟେନ୍‌ସନ୍‌ରେ ଭାରତ: ଖୋଲାଗଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଦୁବାଇ/ନୂଆଦିଲ୍ଲୀ,୧୨ା୩ (ଏ.ପି./ରଏଟର୍ସ):ମଧ୍ୟପ୍ରାଚ୍ୟର ଯୁଦ୍ଧର ଭୟଙ୍କର ପରିଣାମ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଜଳପଥ ଦେଇ ଆସୁଥିବା ତୈଳ ପରିବହନକାରୀ ବାଣିଜି୍ୟକ ଜାହାଜଗୁଡ଼ିକୁ ଇରାନ୍‌…

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri