କି ଦୋଷ କଲେ ଅନୁଷ୍କା ଶର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭାବସ୍ଥାକୁ ଉପଭୋଗ କରୁଛନ୍ତି। ତେବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଅନୁଷ୍କା ଶର୍ମା ଅନେକ ଥର ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଏବେ ପୁଣି ଥରେ ତାଙ୍କୁ ଟୁଇଟରରେ ଟାର୍ଗେଟ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଟିମ ଇଣ୍ଡିଆ ୮ ଉଇକେଟରେ ପରାଜିତ ହୋଇଛି। ଏହି କାରଣରୁ କ୍ରିକେଟ ପ୍ରେମୀମାନେ ଭାଙ୍ଗି ପଡି ଅନୁଷ୍କାଙ୍କୁ ଟ୍ରୋଲ କରିଛନ୍ତି। ୟଜର୍ସ କହିଛନ୍ତି ଭାରତୀୟ ଦଳ ଅପେକ୍ଷା ବିରାଟ କୋହଲିଙ୍କ ଧ୍ୟାନ ପରିବାର ଉପରେ ଅଧିକ, ଯେଉଁଥିପାଇଁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କ୍ରୋଧିତ ପ୍ରଶଂସକମାନେ ସୋସିଆଲ ମିଡିଆରେ ମିମ୍ସ ମାଧ୍ୟମରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ଏହି ମ୍ୟାଚରେ ଭାରତୀୟ ଦଳ ମାତ୍ର ୩୬ ରନ ଅଲଆଉଟ୍‌ ହୋଇଯାଇଥିଲା। କ୍ରିକେଟ୍‌ ଇତିହାସରେ ଭାରତର ,ହା ସର୍ବନିମ୍ନ ସ୍କୋର ଥିଲା। ଏଭଳି ପରିସ୍ଥିତିରେ ୟୁଜର୍ସ ବିରାଟ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରିଛନ୍ତି। ଏଥି ସହିତ କିଛି ୟୁଜର୍ସ ଅନୁଷ୍କା ଶର୍ମାଙ୍କୁ ଭାରତର ପରାଜୟର କାରଣ କହୁଛନ୍ତି। ଏହାପୂର୍ବରୁ ମଧ୍ୟ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ଯୋଗୁ ଅନୁଷ୍କା ଟ୍ରୋଲର ଶିକାର ହୋଇଛନ୍ତି। ତେବେ କିଛି ପୂର୍ବତନ କ୍ରିକେଟର୍‌ ଅନୁଷ୍କାକୁ ଦୋଷ ନ ଦେବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ଦଳ ପରାଜୟରେ ଅନୁଷ୍କାଙ୍କୁ କି ଦୋଷ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Share