୯ ମାସର ଝିଅକୁ ଦେଇଥିଲେ ବଳାତ୍କାର ଧମକ; ଜାଣିବା ପରେ ଅନୁଷ୍କା…

ବମ୍ବେ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କୁ ସମର୍ଥନ କରିବାକୁ ନେଇ ଟ୍ରୋଲ ହୋଇଥିଲେ ଅଧିନାୟକ ବିରାଟ କୋହଲି। ଏପରିକି ତାଙ୍କର ୯ ମାସର ଝିଅ ଭାମିକାଙ୍କୁ କିଛି ଲୋକ ରାଗିଯାଇ ବଳାତ୍କାରର ଧମକ ଦେଇଥିଲେ। ଏପରି ଘଟଣାକୁ ନେଇ ଅନୁଷ୍କା ଭାଙ୍ଗି ପଡ଼ିଛନ୍ତି। ମା’ ଭାବେ ତାଙ୍କ ଝିଅକୁ ଏଭଳି କଥା ତାଙ୍କୁ ଆଘାତ ଦେଇଛି। ଅଭିଯୁକ୍ତ ଉପରେ ସେ ବହୁତ ରାଗି ମଧ୍ୟ ଯାଇଛନ୍ତନ୍ତି। ସୋସିଆଲ ମିଡିଆଠାରୁ ସେ ଦୂରରେ ରହିବାକୁ ଶ୍ରେୟସ୍କର ବୋଲି ଭାବୁଛନ୍ତି। ଉତ୍ସବର ସମୟ ହୋଇଥିବାରୁ ସେ ଏବଂ ତାଙ୍କ ପରିବାର ସବୁ ପ୍ରକାର ନକରାତ୍ମକତାଠାରୁ ଦୂରେଇ ରହୁ ବୋଲି ସେ ଚେଷ୍ଟା କରୁଥିବା କୁହାଯାଉଛି।

କହିରଖୁଛୁ, ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ପ୍ରାରମ୍ଭରୁ ଭାରତୀୟ ଖେଳାଳିମାନେ ନୈରାଶଜନକ ପ୍ରଦର୍ଶନ କରିଥିଲେ। ପାକିସ୍ତାନ ବିପକ୍ଷରେ ଦଳ ଭଲ ଖେଳି ନ ଥିଲା। ବିଶେଷକରି ଏହି ମ୍ୟାଚ୍‌ରେ ଶାମିଙ୍କ ପ୍ରଦର୍ଶନ ପ୍ରଶଂସକଙ୍କୁ ଭଲ ଲାଗି ନ ଥିଲା। ଫଳରେ ତାଙ୍କୁ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲୋକମାନଙ୍କ ଅଭଦ୍ର ଟିପ୍ପଣୀ ଦେଖି କୋହଲି ଆଗକୁ ଆସି ଶାମିଙ୍କ ପ୍ରତି ସମର୍ଥନ ଜଣାଇଥିଲେ। ଏହାପରେ କୋହଲି ଏବଂ ତାଙ୍କ ଝିଅଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଟ୍ରୋଲର୍ସ। ଅନ୍‌ଲାଇନ୍‌ରେ ବଳାତ୍କାର ଭଳି ଘୃଣ୍ୟ ଧମକ ଦେବା ଖବର ସାମ୍ନାକୁ ଆସିବା ଲୋକେ ପ୍ରତିକ୍ରିୟା ରଖିଥିଲେ। ଘଟଣାକୁ ଦେଇ ଦିଲ୍ଲୀ ମହିଳା ଆୟୋଗ ପକ୍ଷରୁ ଦିଲ୍ଲୀ ପୋଲିସକୁ ନୋଟିସ କରାଯାଇଥିଲା।

Share