ଝିଅ ଭାମିକାଙ୍କୁ ନେଇ ଏମିତି ପ୍ରତିଜ୍ଞା କଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଆଜିକାଲି ମାଲଦ୍ୱୀପରେ ଛୁଟି କାଟୁଛନ୍ତି। ଉଭୟ ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କ ସହ ଫଟୋ ଶେୟାର କରିବାକୁ ଆଦୌ ଭୁଲିନାହାନ୍ତି। ନିକଟରେ ଅନୁଷ୍କା ଝିଅ ଭାମିକାଙ୍କୁ ନେଇ ଏକ ପ୍ରତିଜ୍ଞା କରିଛନ୍ତି।
ଇନ୍‌ଷ୍ଟାଗ୍ରାମରେ ଭାମିକାଙ୍କ ଷ୍ଟ୍ରୋଲରର ଫଟୋ ଶେୟାର କରି ଅନୁଷ୍କା ଏହା ଉପରେ ଏକ ହୃଦୟସ୍ପର୍ଶୀ କ୍ୟାପସନ ମଧ୍ୟ ଲେଖିଛନ୍ତି। ଏହି କ୍ୟାପସନରେ ସେ ଲେଖିଛନ୍ତି, ମୁଁ ସବୁବେଳେ ତୁମକୁ ବହନ କରିବି। ତୁମେ ମୋର ଜୀବନ। ଯଦିଓ ଏହି ଫଟୋରେ ଭାମିକା ଦୃଶ୍ୟମାନ ହେଉନାହାଁନ୍ତି। କିନ୍ତୁ ଅନୁଷ୍କା ତାଙ୍କ ନାମ ସହିତ ଏହି କ୍ୟାପଶନ୍‌ ଲେଖିଛନ୍ତି।
ଏ ପର୍ଯ୍ୟନ୍ତ ଅନୁଷ୍କା ଏବଂ ବିରାଟ ଭାମିକାଙ୍କୁ ମିଡିଆ କ୍ୟାମେରାଠାରୁ ଦୂରରେ ରଖିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଦୁହେଁ କେବଳ ତାଙ୍କ ଝଲକ ଦେଖାଇଛନ୍ତି।

 

Share