Categories: ଫୁରସତ

ଅନୁଷ୍କାଙ୍କ ପରେ ଏବେ ପିସିଙ୍କ ପାଳି ! ଏହି ଡ୍ରେସ୍‌କୁ କୁହାଯାଉଛି ‘ଚମତ୍କାରୀ’

ବମ୍ବେ: ନିକଟରେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲୀ ଏବଂ ପତ୍ନୀ ଅନୁଷ୍କା ଶର୍ମା। ଇନ୍‌ଷ୍ଟ୍ରାଗ୍ରାମରେ ଫଟୋ ଶେୟାର କରି ବିରାଟ ଏହା ଜଣାଇଥିଲେ। ଫଟୋରେ ଅନୁଷ୍କା ଏକ କଳାରଙ୍ଗର ପୋଲ୍କା ଡଟ୍ସ ଥିବା ଡ୍ରେସ୍‌ ପିନ୍ଧିଥିଲେ। ଏବେ ଏହି ଡ୍ରେସ୍‌ ଚର୍ଚ୍ଚାରେ। କାରଣଟି ହେଲା କିଛି ଦିନ ଭିତରେ ମା’ ହେବାର ଖୁସିଖବର ଦେଇଥିବା କରିନା କପୁର ଖାନଙ୍କଠାରୁ ଆରମ୍ଭ କରି ନତାଶା ଷ୍ଟେନ୍‌କୋଭିକ ପର୍ଯ୍ୟନ୍ତ ଏହି ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଏପରିକି ପ୍ରିୟଙ୍କା ଚୋପ୍ରା, ରଣବୀର ସିଂହଙ୍କୁ ସେଭଳି ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଫଳରେ ଡ୍ରେସ୍‌କୁ ନେଇ ଭଳିକି ଭଳି ମେମେ କରାଯାଉଛି। ତେବେ କେବଳ ପୋଷାକ ନୁହେଁ ବରଂ ମା’ ହେବାକୁ ନେଇ ମେମେ କରାଯାଉଛି। ଆଗକୁ ପ୍ରିୟଙ୍କା ଖୁସିଖବର ଶୁଣାଇପାରନ୍ତି ବୋଲି କୁହାଯାଉଛି। କାରଣ ଏହି ରଙ୍ଗର ଡ୍ରେସ୍‌ ଚମତ୍କାର କରୁଛି ବୋଲି କେହି କେହି କହୁଛନ୍ତି।

Share