ବିବାହ ପରେ ଅଭିନୟ ଛାଡ଼ିବାକୁ ଚାହୁଁଥିଲେ ଅନୁଷ୍କା: ଭାଇରାଲ ହେଉଛି ପୁରୁଣା ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କର ଦାମ୍ପତ୍ୟ ଜୀବନକୁ ବହୁତ ଉପଭୋଗ କରୁଛନ୍ତି। ଏବେ ସେ ମା’ ହୋଇସାରିଛନ୍ତି। ଏହାରି ମଧ୍ୟରେ ସେ ପୁଣିଥରେ ନିଜ କାମକୁ ଫେରିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। କିନ୍ତୁ ଏବେ ଅଭିନେତ୍ରୀଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଏହି ପୁରୁଣା ଭିଡିଓରେ ଅଭିନେତ୍ରୀ ସ୍ପଷ୍ଟ କରିଥିଲେ ଯେ, ବିବାହ ପରେ ସେ ଆଉ ଅଭିନୟକୁ ଫେରିବେ ନାହିଁ। ଭିଡିଓରେ ସେ କହୁଛନ୍ତି, ବିବାହ ମୋ’ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବିବାହ ପରେ ମୁଁ କାମକୁ ମଧ୍ୟ ଫେରିବାକୁ ଚାହୁଁନାହିଁ ବୋଲି କହିଥିଲେ। ଏବେ ଫିଲ୍ମର ଶୁଟିଂ ଆରମ୍ଭ କରିଥିବାରୁ ତାଙ୍କର ଉତ୍ସାହ ଏବଂ ସାହସ ଦେଖି ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

Share