ସ୍କୁଲ ସମୟର ଫଟୋ ଶେୟାର କଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜ ସ୍କୁଲ ସମୟର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ସେ ନିଜ ସାଙ୍ଗମାନଙ୍କ ସହ ନଜର ଆସିଛନ୍ତି। ପିଲାଦିନର ସ୍ମୃତି ଚାରଣ କରି ସେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ବିଦ୍ୟାଳୟର ନୃତ୍ୟ ଦଳ ସହିତ ଅନୁଷ୍କା ପୋଜ ଦେଇଥିବା ଦେଖାଯାଇଛି। ଫଟୋରେ ସେ ପାରମ୍ପାରିକ ପୋଷାକ ପରିଧାନ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଡାହାଣ ପାର୍ଶ୍ୱରେ ପ୍ରଥମ ଧାଡିରେ ଅନୁଷ୍କା ବସିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି।

Share