Posted inଖେଳ

ଭୁଟାନରେ ହଜି ଯାଇଥିଲେ ବିରାଟ, ଡରି ଯାଇଥିଲେ ଅନୁଷ୍କା; କିଛି ଏଭଳି…

ନୂଆଦିଲ୍ଲୀ,୨୩।୬: ଚର୍ଚ୍ଚିତ ସେଲିବ୍ରିଟି କପଲ୍‌ମାନଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗୋଟିଏ। ୨୦୧୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହାପରେ ସେମାନେ ୨୦୧୯ରେ ଭୁଟାନରେ ଛୁଟି କଟାଇବାକୁ ଯାଇଥିଲେ। ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା। କୋହଲି ହଜି ଯାଇଥିବା ବେଳେ ଅନୁଷ୍କା ତାଙ୍କୁ ଖୋଜି ଖୋଜି ଥକି ଯାଇଥିଲେ। ଏହି ଘଟଣା ପାଇଁ ସେ ରାଗି ମଧ୍ୟ ଯାଇଥିଲେ।

ସମ୍ପୂର୍ଣ୍ଣ ଘଟଣାଟି ଏପରି। ଭୁଟାନରେ ବିରୁଷ୍କା ସାଇକେଲରେ ଆଖପାଖର ଦୃଶ୍ୟ ଉପଭୋଗ କରିବାକୁ ବାହାରିଥିଲେ। ପର୍ଯ୍ୟଟକଙ୍କ ଗହଳି ଯୋଗୁ ଗାଇଡ୍‌ ଅନୁଷ୍କାଙ୍କ ସହ ରହିଥିଲେ। ବିରାଟ ଆଗରେ ସାଇକେଲ ଚଲାଉଥିଲେ। କେହି ଜଣେ ପାଟି କରିବାରୁ ବିରାଟ ରେସ୍‌ରେ ଆଗକୁ ଯିବାକୁ ଭାବି ଜୋର୍‌ରେ ସାଇକେଲ ଚଳାଇବାକୁ ଲାଗିଥିଲେ। ଶେଷରେ ସେ ବହୁତ ଆଗକୁ ଚାଲିଯାଇଥିଲେ। ପଛରେ ରହିଯାଇଥିଲେ ଅନୁଷ୍କା। ବିରାଟଙ୍କ ପଛରେ ଆସୁଥିବା ଗାଡ଼ିର ଲୋକଙ୍କୁ ସେ ମ୍ୟାଡାମ୍‌ କେଉଁୟଠି ବୋଲି ପଚାରିଥିଲେ। ସେ କହିଥିଲେ ପଛରେ। ସେତେବେଳକୁ ଅନୁଷ୍କା ବିରାଟଙ୍କୁ ଖୋଜି ଥକି ଯାଇଥିଲେ।
କିଛି ସମୟ ଅପେକ୍ଷା ପରେ ଅନୁଷ୍କା ପହଞ୍ଚିଥିଲେ। କୋହଲି ତାଙ୍କୁ ଭୁଲ ମାଗି ‘ସରି’ କହିଥିଲେ। ହେଲେ ଅନୁଷ୍କା ତାଙ୍କୁ ନ ଚିହ୍ନିବା ଭଳି ବ୍ୟବହାର କରିଥିଲେ। ତାଙ୍କ ଆଡ଼କୁ ଚାହିଁବି ନ ଥିଲେ। ଏହି ଘଟଣା ବିଷୟରେ କୋହଲି ଏକ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ସେଶନ ସମୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri