ବିରାଟଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଅନୁଷ୍କା, ସ୍ବାମୀଙ୍କ ଇନିଂସ ଦେଖି ଦେଲେ ଫ୍ଲାଇଙ୍ଗ୍‌ କିସ୍‌

ଦୁବାଇ,୧୧ା୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚ ଦେଖିବା ପାଇଁ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଶନିବାର ପହଞ୍ଚିଥିଲେ। ଏହି ସମୟରେ ଅନୁଷ୍କା ଏକ ବ୍ଲୁ କଲରର ଡ୍ରେସ୍‌ ପିନ୍ଧିଥିଲେ। ଯେଉଁଥିରେ ବେବି ବମ୍ପ ଦେଖାଯାଉଥିଲା। ତେବେ ଷ୍ଟାଡିୟମରେ ଥିବା ସମୟରେ ଅନୁଷ୍କାଙ୍କ ଅନେକ ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଚଳିତ ଆଇପିଏଲ୍‌ରେ ଶନିବାର ବିରାଟ କୋହଲି ୯୦ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ବିରାଟଙ୍କ ବିସ୍ଫୋରକ ପ୍ରଦର୍ଶନ ଉପରେ ଅନୁଷ୍କା ତାଙ୍କୁ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ। ଅନୁଷ୍କାଙ୍କ ଫଟୋ ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ଫ୍ଲାଇଙ୍ଗ କିସ୍‌ କରୁଛନ୍ତି।

କହିରଖୁଛୁ, ଅନୁଷ୍କା ଆଜିକାଲି ତାଙ୍କ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ବେବି ବମ୍ପ୍‌ ସହିତ ତାଙ୍କର ଅନେକ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହୁଛନ୍ତି।

କିଛିଦିନ ତଳେ ବିରାଟଙ୍କୁ ମଧ୍ୟ ପଚରାଯାଇଥିଲା ଯଦି ଜାନୁୟାରୀରେ ଆପଣଙ୍କ ଘରକୁ ନୂଆ ଅତିଥି ଆସୁଛନ୍ତି ତେବେ ଆପଣ କିପରି ଅନୁଭବ କରୁଛନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇ ବିରାଟ କହିଥିଲେ, ସେ ଏ ବିଷୟରେ ଜାଣିବା ପରଠାରୁ ତାଙ୍କ ଖୁସିର ସୀମା ନାହିଁ। ସେ କହିଥିଲେ, ଏହା ଏକ ଅବିଶ୍ୱସନୀୟ ଅନୁଭବ। ଆମେ କିପରି ଅନୁଭବ କରୁଛୁ ଶବ୍ଦରେ ପ୍ରକାଶ କରିବା କଷ୍ଟକର।

Share