ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀ ବିରାଟ କୋହଲିଙ୍କ ସହ ୟୁଏଇରେ ଅଛନ୍ତି। ବିରାଟ ଏବେ ଆଇପିଏଲ୍‌ ବ୍ୟସ୍ତ ଥିବାବେଳେ ଅନୁଷ୍କା ଷ୍ଟାଡିୟରେ ଉପସସ୍ଥିତ ରହି ତାଙ୍କୁ ଚିୟର କରୁଛନ୍ତି। କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏମିତିରେ ତ ଅନୁଷ୍କା ଖୁବଶୀଘ୍ର ମା’ ହୋଇ ବିରାଟଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ଅନୁଷ୍କା ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଖେଳାଳିମାନଙ୍କ ସହ ମିଶି ବିରାଟ କେକ୍‌ କାଟିଥିଲେ। ପ୍ରଥମେ ସେ କେକ୍‌ କାଟି ପ୍ରଥମେ ଅନୁଷ୍କାଙ୍କୁ ଖୁଆଇଥିଲେ। ପରେ ଉଭୟ ପରସ୍ପରକୁ କୋଳାଗ୍ରତ କରିଥିଲେ। ବିରାଟଙ୍କ ଜନ୍ମଦିନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ବେଙ୍ଗାଲୁରୁ ଦଳର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା ମଧ୍ୟ ନଜର ଆସିଥିଲେ। ଆଗାମୀ ବର୍ଷ ଜାନୁୟାରୀରେ ଅନୁଷ୍କା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଏବେ ସେ ଗର୍ଭାବସ୍ଥାକୁ ବେଶ୍‌ ଉପଭୋଗ କରୁଛନ୍ତି। ଅନେକ ସମୟରେ ସେ ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରୁଛନ୍ତି।

Share