କାରଗିଲ୍‌ ଯୁଦ୍ଧ ଲଢୁଥିବା ବାପାଙ୍କୁ ନିଜ ବୟଫ୍ରେଣ୍ଡ୍‌ କଥା ଶୁଣାଉଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ଅନୁଷ୍କାଙ୍କ ପିଲାଦିନ ଆସାମ ଏବଂ କର୍ନାଟକରେ ଅତିବାହିତ ହୋଇଥିଲା। ତାଙ୍କ ବାପା ଅଜୟ କୁମାର ଶର୍ମା ଜଣେ ସେନା ଅଧିକାରୀ ଥିଲେ। ସେ କାରଗିଲ ଯୁଦ୍ଧ ମଧ୍ୟ ଲଢିଥିଲେ। ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ, ବାପାଙ୍କ କାରଗିଲ ପର୍ଯ୍ୟାୟ ବହୁତ କଷ୍ଟସାଧ୍ୟ ଥିଲା। ମୁଁ ସେତେବେଳେ ବହୁତ ଛୋଟ ଥିଲି କିନ୍ତୁ ମୋ ମା’ଙ୍କୁ ଦେଖି ଡରୁଥିଲି। ସେ ସବୁବେଳେ ଦିନସାରା ନ୍ୟୁଜ୍‌ ଚ୍ୟାନେଲ ବଦଳାଉଥିଲେ। ମୃତ୍ୟୁସଂଖ୍ୟା ଖବର ପାଇବା ପରେ ସେ ବହୁତ ଚିନ୍ତିତ ଜଣାପଡୁଥିଲେ। ଯେତେବେଳେ ବି ବାପାଙ୍କ ସହ ଫୋନରେ କଥା ହେଉଥିଲି ଅଧିକ କିଛି କହିପାରୁ ନ ଥିଲି। କିନ୍ତୁ ମୁଁ ସ୍କୁଲ, ବୟଫ୍ରେଣ୍ଡ୍‌ କଥା ତାଙ୍କ ସହ ଶେୟାର୍‌ କରିବାକୁ ଆଦୌ ଭୁଲି ନ ଥିଲି। ସେତେବେଳେ ବାପା ଯୁଦ୍ଧ ଲଢୁଛନ୍ତି ବୋଲି ମୋର ସେତେଟା ଜ୍ଞାନ ନ ଥିଲା।
ଅନୁଷ୍କା ତାଙ୍କ ବାପାଙ୍କ ସହ ଅତି ନିକଟତର। ଯାହା ସେ ଅନ୍ୟ କାହା ସହିତ କରିପାରିବେ ନାହିଁ, ତାହା ସେ ବାପାଙ୍କ ସହ କରନ୍ତି। ନିଜକୁ ଜଣେ ଅଭିନେତ୍ରୀ ବୋଲି କହିବା ଅପେକ୍ଷା, ଜଣେ ସେନା ଅଧିକାରୀଙ୍କ ଝିଅ ବୋଲି କହି ଅତ୍ୟଧିକ ଗର୍ବିତ ଅନୁଭବ କରନ୍ତି ଅନୁଷ୍କା।
ଆଜିକାଲି ଅନୁଷ୍କା ଶର୍ମା ଫିଲ୍ମ ଚକଡା ଏକ୍ସପ୍ରେସ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅନୁଷ୍କା ଭାରତୀୟ ଦ୍ରୁତ ବୋଲର୍‌ ଗୋସ୍ବାମୀଙ୍କ ଭୂମିକାରେ ନଜର ଆସିବେ।

Share