ବର୍ଷକୁ ଗୋଟିଏ ଫିଲ୍ମ କରିବେ ଅନୁଷ୍କା

ମୁମ୍ବାଇ: ଦୀର୍ଘ ସମୟ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି ବଲିଉଡ ବିୟୁଟି ଅନୁଷ୍କା ଶର୍ମା। ଅନୁଷ୍କା ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଶାହାରୁଖ ଖାଁଙ୍କ ସହ ୨୦୧୮ରେ ନଜର ଆସିଥିବା ବେଳେ ଏହାପରେ ୨୦୨୨ରେ ଫିଲ୍ମ ‘କଲା’ରେ ଏକ କେମିୟୋ ରୋଲରେ ନଜର ଆସିଥିଲେ। ଏବେ ପ୍ରାୟ ୪ ବର୍ଷ ପରେ ଅନୁଷ୍କା ଶର୍ମା ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ବାୟୋପିକ ମୁଭି ‘ଚକଦା ଏକ୍ସପ୍ରେସ’ ସହ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଶେଷ ବେଳକୁ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ଏହାରି ଭିତରେ ଅଭିନେତ୍ରୀ ଏକ ବଡ ଘୋଷଣା କରିଛନ୍ତି, ଯାହାକୁ ଶୁଣିବା ପରେ ତାଙ୍କ ପ୍ରଶଂସକ ସାମାନ୍ୟ ନିରାଶ ହୋଇଯାଇଛନ୍ତି।

ଅନୁଷ୍କା କହିଛନ୍ତି ଯେ ବର୍ତ୍ତମାନ ସେ ଗୋଟିଏ ବର୍ଷରେ କେବଳ ଗୋଟିଏ ଫିଲ୍ମ କରିବେ। କାରଣ ଏହି ସମୟରେ ସେ ନିଜ ପରିବାର ଉପରେ ବିଶେଷ କରି ତାଙ୍କ ଝିଅ ଭାମିକା ଉପରେ ଧ୍ୟାନ ରଖିବାକୁ ଚାହୁଁଛନ୍ତି । ବେଙ୍ଗାଲୁରୁରେ ଏକ ଇଭେଣ୍ଟରେ ଯୋଗ ଦେଇ ଅନୁଷ୍କା କହିଛନ୍ତି, ମୁଁ ଜାଣେ ମୋ ଝିଅ ଏବେ ସେହି ବୟସରେ ଅଛି ଯେ ତା’ ପାଇଁ ମୋତେ ବହୁତ ସମୟ ଦେବାକୁ ପଡିବ। ବିରାଟ ଜଣେ ଭଲ ପିତା। କିନ୍ତୁ ସେ (ଭାମିକା) ସେହି ବୟସରେ ଅଛି ଯେଉଁଠାରେ ମୁଁ ତାକୁ ଅଧିକ ସମୟ ଦେବା ଆବଶ୍ୟକ।
ଅଭିନେତ୍ରୀ କହିଛନ୍ତି, ମୁଁ ଅଭିନୟକୁ ଉପଭୋଗ କରେ କିନ୍ତୁ ମୁଁ ବହ ଅଧିକ ଫିଲ୍ମ କରିବାକୁ ଚାହେଁ ନାହିଁ । ବର୍ତ୍ତମାନ ମୁଁ ବର୍ଷକୁ ଗୋଟିଏ ଚଳଚ୍ଚିତ୍ର କରିବାକୁ ଚାହୁଁଛି ଏବଂ ଅଭିନୟର ପର୍ଯ୍ୟାୟକୁ ଉପଭୋଗ କରିବାକୁ ଚାହୁଁଛି। ଏହାସହ ଜୀବନକୁ ବାଲାନ୍ସ କରି ପରିବାରକୁ ସମୟ ଦେବାକୁ ଚାହୁଁଛି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋ ଜୀବନକୁ ଯେମିତି ଭାବେ କାଟୁଛି, ସେଥିରେ ମୁଁ ଖୁସି ଅଛି। ମୁଁ କାହାକୁ କିଛି ପ୍ରମାଣ କରିବାକୁ ଚାହେଁ ନାହିଁ, ସେ ଅଭିନେତ୍ରୀ, ଜନପ୍ରତିନିଧି କିମ୍ବା ମାତା ହୁଅନ୍ତୁ କିମ୍ବା ପତ୍ନୀ ହୁଅନ୍ତୁ। ଅନୁଷ୍କା ଆହୁରି କହିଛନ୍ତି ଯେ ସେ କେବଳ ଏପରି କାମ କରିବାକୁ ଚାହାଁନ୍ତି, ଯାହା ତାଙ୍କୁ ଖୁସି ଦେବ ଏବଂ ସେ ଏହାକୁ ଠିକ ବୋଲି ଭାବିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?