ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପାଇଁ ଖୁସି ଖବର

ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଦୁହଁିଙ୍କ ପ୍ରଶଂସକ ଅଛନ୍ତି। ନିକଟରେ ଟପ୍‌ ୩୫ ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକା ବାହାରିଛି। ଅନୁଷ୍କା ଏବଂ ବିରାଟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ବିଶ୍ୱସ୍ତରୀୟ ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ ପାଇଁ ଏକ ପ୍ଲାଟଫର୍ମ ହାଇପ୍‌ ଅଡଟର୍‌ ଦ୍ୱାରା ଏହି ତାଲିକା ପ୍ରକାଶ ପାଇଛି। ବିଶ୍ୱର ଲୋକମାନଙ୍କୁ ପ୍ରଭାବିତ କରୁଥିବା ସେଲିବ୍ରିଟି ତାଲିକାରେ ବିରାଟ କୋହଲି ୧୧ ନମ୍ବରରେ ଅଛନ୍ତି। ଏହା ସହ ସେ ଏହି ତାଲିକାରେ ସର୍ବାଧିକ ମାନ୍ୟତା ପାଇଥିବା ଭାରତୀୟ ହୋଇପାରିଛନ୍ତି। ଏଥି ସହିତ ଅନୁଷ୍କା ଶର୍ମା ଏହି ତାଲିକାରେ ୨୪ ନମ୍ବରରେ ଅଛନ୍ତି। ଏହି ତାଲିକା ପାଇଁ ୧୦୦୦ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସେମାନଙ୍କ ପ୍ରଶଂସକଙ୍କ ଗୁଣବତ୍ତା ଏବଂ ପ୍ରାମାଣିକ ଯୋଗଦାନ ସ୍ଥାନିତ କରାଯାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ସାହାଯ୍ୟରେ ଏହି ସେଲିବ୍ରିଟିମାନେ ସଚେତନତା, ସଶକ୍ତିକରଣ, ନିଜକୁ ଉତ୍ସାହିତ କରିବାରେ କେତେ ସକ୍ଷମ ତାହା ଦେଖାଯାଇଥିଲା। ଆହୁରି ମଧ୍ୟ, ସୋସିଆଲ ମିଡିଆରେ ସେମାନଙ୍କ ଉପସ୍ଥିତି ଏବଂ ଶକ୍ତି କେତେ ତାହା ମଧ୍ୟ ମାପ କରାଯାଇଥିଲା। ଏହି ତାଲିକାରେ ପର୍ତ୍ତୁଗାଲ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଶୀର୍ଷରେ ଅଛନ୍ତି। ବିରାଟ କୋହଲି ଏକାଦଶ ସ୍ଥାନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତମ ସ୍ଥାନରେ, ଅନୁଷ୍କା ଶର୍ମା ୨୪ ତମ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ, ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଦୀପିକା ପାଦୁକୋନ ମଧ୍ୟ ଶ୍ରେଷ୍ଠ ୫୦ ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକାରେ ସ୍ଥାନିତ ହୋଇଛନ୍ତି। ଏହି ତାଲିକାରେ କ୍ୟାଟ୍ରିନା ୪୩ତମ ଏବଂ ଦୀପିକା ୪୭ତମ ସ୍ଥାନରେ ଅଛନ୍ତି। ସୂଚନାଯୋଗ୍ୟ,ଅନୁଷ୍କା ଏବଂ ବିରାଟ ଆଜିକାଲି ସେମାନଙ୍କର ପ୍ରଥମ ସନ୍ତାନର ଆଗମନ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ଉଭୟ ନିଜ ବିବାହର ତୃତୀୟ ବାର୍ଷିକୀ ପାଳନ କରିଥିଲେ।

Share