ବେଷ୍ଟଫ୍ରେଣ୍ଡ୍‌ ହୋଇପାରନ୍ତି ଧୋନୀ-କୋହଲିଙ୍କ ଝିଅ

ପୁରୁଣା ବନ୍ଧୁ ଏବଂ ସମ୍ପର୍କ କେବେବି ଭୁଲିହୁଏ ନାହିଁ। ଏମିତି ସମ୍ପର୍କ ଭାରତର ଏବେକାର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ରହିଛି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ ଯେ, କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଗୋଟିଏ ସ୍କୁଲରେ ଗୋଟିଏ କ୍ଲାସ୍‌ରେ ପାଠ ପଢ଼ୁଥିଲେ। ଆଗାମୀ ଦିନରେ ଉଭୟଙ୍କ ଝିଅ ବଡ଼ ହେଲେ ବେଷ୍ଟଫ୍ରେଣ୍ଡ ହେବେ କହିଲେ ଆଲୋଚନା ହେଉଛି। କାରଣ ପ୍ରାୟ ସମସ୍ତ କ୍ରିକେଟରଙ୍କ ପରିବାର ପରସ୍ପରର ଅତି ନିକଟତର। ବିଶେଷକରି ଆଇପିଏଲ୍‌ ସମୟରେ ସମସ୍ତେ ଏକାଠି ଦେଖାଯାଆନ୍ତି।
ତେବେ ଅନୁଷ୍କା ଏବଂ ସାକ୍ଷୀଙ୍କ ମଧ୍ୟରେ ଅନେକ ଜିନିଷରେ ସମାନତା ରହିଛି। ଉଭୟଙ୍କ ସ୍ବାମୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରହିଛନ୍ତି। ଉଭୟଙ୍କର କନ୍ୟା ସନ୍ତାନର ମା’ ଅଟନ୍ତି। ଉଭୟଙ୍କ ମଧ୍ୟରେ ଆଉ ଏକ ସମାନତା ହେଉଛି ସେମାନେ ସହପାଠୀ ଥିଲେ। ଅନେକ ବର୍ଷ ପୂର୍ବେ ଅନୁଷ୍କା, ସାକ୍ଷୀ ଆସାମର ଏକ ଛୋଟ ସହରରେ ରହୁଥିଲେ। ସେତେବେଳେ ଉଭୟ ଗୋଟିଏ ଶ୍ରେଣୀରେ ପାଠ ପଢ଼ୁଥିଲେ। ଏକ ସାକ୍ଷାତକାରରେ ଅନୁଷ୍କା ଏହା କହିଥିଲେ। ଉଭୟଙ୍କର ପିଲାଦିନର ଏକ ଫଟୋ ଦେଖିଲେ ସେମାନଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯିବ। ମାତ୍ର ସେତେବେଳେ ସେମାନେ ଭଲ ବନ୍ଧୁ ନ ଥିଲେ। ମାତ୍ର ପରେ ହେଲେ। ଆଗାମୀ ଦିନରେ ଉଭୟଙ୍କ ଝିଅ ଭଲ ବନ୍ଧୁ ହେବେ ବୋଲି କୁହାଯାଉଛି।

Share