ସୋସିଆଲ ମିଡିଆରେ ଅନୁଷ୍କା ଶେୟାର କଲେ ଏମିତି ଫଟୋ, ବିରାଟ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ପ୍ରଶଂସକଙ୍କ ସବୁଠୁ ପ୍ରିୟ କପଲ। ଉଭୟ ପରସ୍ପରକୁ ସ୍ବତନ୍ତ୍ର ଅନୁଭବ କରିବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ଏବେ ଇନଷ୍ଟାଗ୍ରାମରେ ଅନୁଷ୍କା ତାଙ୍କର କିଛି ନୂତନ ଫଟୋ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଦେଖି ବିରାଟ କୋହଲି ମଧ୍ୟ ନିଜକୁ ଅଟକାଇ ପାରି ନ ଥିଲେ। ଏହି ଫଟୋଗୁଡ଼ିକୁ କିଏ କ୍ଲିକ୍‌ କରିଛନ୍ତି ବୋଲି ପଚାରିଥିଲେ। ଅନୁଷ୍କା ଇନଷ୍ଟାରେ ତିନୋଟି ଫଟୋ ଶେୟାର କରିଛନ୍ତି, ଏହି ଫଟୋଗୁଡ଼ିକରେ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ଏକ କଳା ରଙ୍ଗର ଟି-ଶର୍ଟ ପିନ୍ଧିଥିବା ବେଳେ ନୀଳ ରଙ୍ଗର ଜିନ୍ସ ପିନ୍ଧିଛନ୍ତି, ଯେଉଁଥିରେ ତାଙ୍କ ଲୁକ୍‌ ଖୁବ୍‌ ସୁନ୍ଦର ଦିଶୁଛି।

Share