‘ଚକଦା ଏକ୍ସପ୍ରେସ’କୁ ନେଇ ଏଭଳି କହିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ବହୁ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି। ସେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବୀମୀଙ୍କ ବାୟୋପିକ୍‌ରେ ନଜର ଆସିବେ। ତେବେ ଫିଲ୍ମର ନାମ ରହିଛି ‘ଚକଦା ଏକ୍ସପ୍ରେସ’। ଯାହାକୁ ନେଇ ଅନୁଷ୍ଖା ବ୍ୟସ୍ତତା ଭିତରେ ରହୁଥିବା ଦେଖିବାକୁ ମିଳୁଛି। ପ୍ରୋସିତ ରାୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଏକ ଭିଡିଓ ଶେୟାର କରି ଅନୁଷ୍କା କହିଛନ୍ତି, ମୁଁ ଅନୁଷ୍କା ଶର୍ମା । ଯିଏକି ବର୍ତ୍ତମାନ ‘ଚକଦା ଏକ୍ସପ୍ରେସ’ ନାମକ ଏକ ସ୍ବତନ୍ତ୍ର ଫିଲ୍ମ ପାଇଁ ୟୁନାଇଟେଡ କିଙ୍ଗଡମ ଲିଡ୍ସର ଏକ କ୍ରିକେଟ ମଇଦାନରେ ପ୍ରଶିକ୍ଷଣ ନେଉଛି । ଭେଟେରାନ ଭାରତୀୟ ବୋଲର ଝୁଲଣ ଗୋସ୍ବାମାୀଙ୍କ ଜୀବନ ଉପରେ ଆଧାରିତ ଫିଲ୍ମରେ ମୁଁ ତାଙ୍କର ଭୂମିକା ନିଭାଉଛି । ମୁଁ ଏହାର ସ୍କ୍ରିପ୍ଟ ଦେଖିବା ପରେ ଚକିତ ହୋଇଯାଇଥିଲି । ଏହା ମୋ ପାଇଁ ମହିଳା କ୍ରିକେଟ୍‌ ଦୁନିଆରେ ଆଖି ଖୋଲିଲା ଭଳି ସ୍ଥିତି ରହିଥିଲା। ଏହା ବାଦ୍‌ ଏହି ଫିଲ୍ମର ଅନୁଷ୍କାଙ୍କର ପ୍ରଥମ ଲୁକ୍‌ ଶେୟାର ହୋଇଛି। ଯାହାକୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି।

Share