ଗର୍ଭଧାରଣ ବିଷୟ ଏମିତି ଲୁଚାଇ ରଖିଥିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଅନୁଷ୍କା ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବେବି ବମ୍ପ ଶେୟାର କରନ୍ତି। ନିକଟରେ ସେ ଭୋଗ୍ୟୁ ପତ୍ରିକା ପାଇଁ ଫଟୋଶୁଟ୍‌ କରିଥିଲେ। ଏହାର ଫଟୋ ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଆଗାମୀ ସନ୍ତାନ ପାଇଁ କ’ଣ ଯୋଜନା କରୁଛନ୍ତି ତାହା କହିଥିଲେ। ଅନୁଷ୍କା କହିଛନ୍ତି, ଏହି କରୋନା ସମୟ ପାମା ପାଇଁ ଏକ ଅଦ୍ଭୁତ ଆଶୀର୍ବାଦ ବୋଲି ପ୍ରମାଣିତ ହେଲା। ବିରାଟ ପୁରା ସମୟ ମୋ ସହିତ ଥିଲେ ଏବଂ ମୁଁ ମା’ ହେବା ଖବର ଲୁଚାଇବାରେ ସକ୍ଷମ ହୋଇଥିଲୁ। କରୋନା ସମୟରେ ଆମେ କେବଳ ଡାକ୍ତରଙ୍କ କ୍ଲିନିକକୁ ଯାଉଥିଲୁ। ରାସ୍ତାରେ କେହି ନ ଥିଲେ କେହି ଆମକୁ ଅଟକାଇ ନ ଥିଲେ। ଗର୍ଭଧାରଣର ପ୍ରଥମ ଦିନରେ ସେ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ପ୍ରମୋଶନ ସମୟରେ ଜୁମ କଲ କରୁଥିଲେ। ସେତେବେଳେ ହଠାତ୍‌ ତାଙ୍କୁ ଅସହଜ ଲାଗିଲା। ସଙ୍ଗେ ସଙ୍ଗେ ଭିଡିଓ କଲ କାଟି ତାଙ୍କ ଭାଇ କର୍ଣ୍ଣେଶଙ୍କୁ ମେସେଜ କରିଥିଲେ। ଯଦି ସେ ଏକ ଷ୍ଟୁଡିଓ କିମ୍ବା ସେଟ୍‌ରେ ଥାଆନ୍ତି, ତେବେ ସମସ୍ତେ ଜାଣିଥାନ୍ତେ ବୋଲି ଅନୁଷ୍କା କହିଛନ୍ତି। ଲକଡାଉନ ସମୟରେ ସେ ନିଜକୁ ଲିଙ୍ଗ ନିରପେକ୍ଷ ନର୍ସରୀ ଡିଜାଇନ କରିବାରେ ବ୍ୟସ୍ତ ଥିଲେ। ପୁଅମାନେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‌ ଏବଂ ଝିଅମାନେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‌ ଏହା ମୁଁ ବିଶ୍ୱାସ କରେ ନାହିଁ। ମୋର ନର୍ସରୀରେ ସମସ୍ତ ପ୍ରକାର ରଙ୍ଗ ଅଛି।ତାଙ୍କ ନର୍ସରୀର ବିଷୟବସ୍ତୁ ପଶୁମାନଙ୍କ ଉପରେ ଆଧାରିତ। ମୁଁ ଏବଂ ବିରାଟ ଉଭୟ ପଶୁଙ୍କୁ ଭଲ ପାଆନ୍ତି ଏବଂ ଆମେ ଚାହୁଁ ଯେ ଆମର ପିଲାମାନେ ମଧ୍ୟ ସେହି ବନ୍ଧନ ରଖନ୍ତୁ। ସେମାନେ ଆମ ଜୀବନର ଏକ ପ୍ରମୁଖ ଅଂଶ ଏବଂ ଆମେ ବିଶ୍ୱାସ କରୁ ଯେ ସେମାନେ ଶିଶୁ ଅଟନ୍ତି। ଦୟା ଶିଖାଇବା ଏବଂ ଏକାଠି ବଞ୍ଚିବା ମୋ ପିଲା ଶିଖୁ ବୋଲି ଅନୁଷ୍କା କହିଛନ୍ତି।

 

View this post on Instagram

 

A post shared by VOGUE India (@vogueindia)


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri