Categories: ଖେଳ

ଡି ଭିଲର୍ସଙ୍କୁ ଏହି କାରଣ ଲାଗି ଅଭିନନ୍ଦନ ଜଣାଇଲେ ଅନୁଷ୍କା

ନୂଆଦିଲ୍ଲୀ, ୧୫।୭- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ୩ୟ ସନ୍ତାନର ବାପା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ଡାନିଏଲ୍‌ ଡି ଭିଲର୍ସ ଏବେ ଗର୍ଭବତୀ ଥିବା ଜଣାପଡ଼ିଛି। ଡାନିଏଲ୍‌ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରୁ ସେ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଛି। ଏହି ଫଟୋ ତଳେ ‘ହେଲୋ ବେବି ଗର୍ଲ’ ବୋଲି ଡାନିିଏଲ୍‌ ଏକ କ୍ୟାପସନ ମଧ୍ୟ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଡି ଭିଲର୍ସଙ୍କ ଗୋଟିଏ ପୁଅ ଓ ଝିଅ ରହିଛି। ଡାନିଏଲ୍‌ ଏହି ଫଟୋ ପୋଷ୍ଟ କରିବାର କିଛି ସମୟ ପରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘ଅଭିନନ୍ଦନ ଡାନିଏଲ୍‌ ଓ ଏବି। ଏହା ଏକ ବହୁତ ଭଲ ଖବର’ ବୋଲି ଅନୁଷ୍କା ତାଙ୍କ ଅଭିନନ୍ଦନ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ପ୍ରକାଶଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଆକସ୍ମିକ ଅବସର ଘୋଷଣା କରିବା ପରେ ୩୬ ବର୍ଷୀୟ ଡି ଭିଲର୍ସ ନିଜ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। କ୍ରିକେଟ୍‌କୁ ପୁନର୍ବାର ଫେରିବା ଲାଗି କିଛିମାସ ତଳେ ଡି ଭିଲର୍ସ ମନ ବଳାଇଥିଲେ। କିନ୍ତୁ କରୋନା ଭାଇରସ୍‌ ଲାଗି ଏହା ସମ୍ଭବପର ହୋଇପାରି ନ ଥିଲା। ତେବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ପଡ଼ିଆରେ ପୁଣିଥରେ ଚୌକା ଛକା ମାରୁଥିବାର ଖୁବ୍‌ ଶୀଘ୍ର ଦେଖାଦେବେ। ଆସନ୍ତା ୧୮ରେ ଖେଳାଯିବାକୁ ଥିବା ୩ଟିସି କ୍ରିକେଟ୍‌ ମ୍ୟାଚ୍‌ରେ ଏବି ନଜରକୁ ଆସିବେ। ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ପକ୍ଷରୁ ୩ଟିସି ମ୍ୟାଚ୍‌ ଆୟୋଜନ କରାଯାଉଛି।

Share