ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହେଲେ ଅନୁଷା, କହିଲେ ‘ପ୍ରେମରେ ମିଳିଛି ପ୍ରତାରଣା’

ବମ୍ବେ: ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଛନ୍ତି ଅନୁଷା ଦାଣ୍ଡେକର। ଦୀର୍ଘ ପାଞ୍ଚ ବର୍ଷ ଧରି ଉଭୟ ଡେଟ୍‌ କରୁଥିଲେ। ଏଣୁ ୨୦୨୦ରେ ହଠାତ୍‌ ସେମାନଙ୍କ ବ୍ରେକ୍‌ଅପ୍‌ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ସବୁକିଛି ଠିକ୍‌ ଚାଲିଥିବା ବେଳେ କ’ଣ ପାଇଁ ସେମାନେ ଅଲଗା ହେଲେ ପ୍ରଶଂସକ ଭାଳି ହେଉଥିଲେ। ଏବେ ଅନୁଷା ସୋସିଆଲ ମିଡିଆରେ ପୋଷ୍ଟ କରି ହୃଦୟର କଥା କହିଛନ୍ତି। ଲମ୍ବା ଚଉଡା ପୋଷ୍ଟରେ ଅନୁଷା କହିଛନ୍ତି, ତାଙ୍କୁ ପ୍ରେମ ବଦଳରେ ପ୍ରତାରଣା ମିଳିଛି। ସମ୍ପର୍କରେ ଥିବା ବେଳେ ସେ ମିଛ କହିଥିଲେ। ପ୍ରେମିକ ତାଙ୍କୁ କ୍ଷମା ମାଗିବେ ବୋଲି ସେ ଭାବିଥିଲେ ହେଲେ ତାହା ଭାଗ୍ୟରେ ନ ଥିଲା।

ହଁ ମୁଁ ଲଭ ସ୍କୁଲ ନାମରେ ଏକ ଶୋ’ କରିଥିଲି। ଏଥିରେ ପ୍ରଫେସର ହୋଇଥିଲି। ଯାହା ସବୁ ପ୍ରତିଯୋଗୀମାନଙ୍କୁ ସେ ସମୟରେ ପରାମର୍ଶ ଦେଇଥିଲି, ତାହା ହୃଦୟରୁ ଥିଲି। ମୁଁ ବହୁତ ପ୍ରେମ କରିଛି, ବହୁତ ପ୍ରେମ। ଯେତେବେଳ ପର୍ଯ୍ୟନ୍ତ ଆଶା ଥିଲା ତାକୁ ଛାଡ଼ି ନ ଥିଲି। ହେଲେ ମୁଁ ବି ଜଣେ ମଣିଷ, ମୁଁ ନିଜକୁ ହରାଇ ସାରିଛି। ନିଜର ସ୍ବାଭିମାନକୁ ମଧ୍ୟ। ସେ ମୋତେ ପ୍ରତାରଣା କରିଛନ୍ତି, ମିଛ କହିଛନ୍ତି। ଏଥିପାଇଁ କ୍ଷମା ମାଗିବେ ବୋଲି ଭାବିଥିଲି, ହେଲେ ନା। ବାସ୍ତବରେ ଏ ସବୁକୁ ନେଇ ନିଜକୁ କ୍ଷମା ମାଗିବା ଉଚିତ ବୋଲି ହୃଦୟଙ୍ଗମ ହେଲା। ଏକ ସକରାତ୍ମକ ଭାବନା ସହ ଆଗକୁ ବଢ଼ିବି। ଇଜ୍ଜତ, ଦୟାଳୁ ଭାବନା ଏବଂ ସଚ୍ଚୋଟତା ସହ ଭଲପାଆନ୍ତୁ ବୋଲି ଅନୁଷା ଲେଖିଛନ୍ତି।

Share