ବିବାହ ନ କରି ବି ମା’ ହେଲେ ଏହି ଅଭିନେତ୍ରୀ

ବମ୍ବେ: ମା’ ହେଲେ ଟେଲି ଅଭିନେତ୍ରୀ, ହୋଷ୍ଟ ତଥା ଭିଜେ ଅନୁଷା ଦାଣ୍ଡେକର। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛି। ଅନୁଷା ନିଜେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇବା ପରେ ସମସ୍ତେ ଚକିତ ହୋଇଛନ୍ତି। କାରଣଟି ହେଉଛି ଅନୁଷା ଏବେ ଯାଏ ଅବିବାହିତ। ତେବେ ସେ ସରୋଗେସୀ ଜରିଆରେ ମା’ ହୋଇଥାଇପାରନ୍ତି ନଚେତ ପାଳିତ କନ୍ୟା ଭାବେ ଗ୍ରହଣ କରିଥାଇପାରନ୍ତି ବୋଲି କୁହାଯାଉଛି।

ଅନୁଷା ନିଜ ପୋଷ୍ଟରେ ଲେଖିଛନ୍ତି, ଶେଷରେ ମୋ ପାଖରେ ଏକ କୁନି ଝିଅ ଅଛି, ଯାହାକୁ ମୁଁ ନିଜର କହିପାରିବି। ମୋ’ ଏଇ ପରିର ନାମ ସାହାରା। ମୋ ଜୀବନର ସବୁଠାରୁ ବଡ଼ ପ୍ରେମ। ମାଷ୍ଟର, ଗ୍ୟାଙ୍ଗଷ୍ଟା ଏବଂ ମୁଁ ତୁମର ଯତ୍ନ ନେବୁ। ତୁମକୁ ବିଗାଡ଼ିବୁ ଏବଂ ରକ୍ଷା କରିବୁ। ବହୁତ ଅଧିକ ଭଲପାଇବା କୁନି ଝିଅ…ତୁମ ମାମା’ ।

କହିରଖୁଛୁ, ଏମ୍‌ଟିଭିର ଲୋକପ୍ରିୟ ଶୋ’ ‘ଲଭ୍‌ ସ୍କୁଲ’ର ହୋଷ୍ଟ କରନ୍ତି ଅନୁଷା। ତାଙ୍କ ସହ ପୂର୍ବ ପ୍ରେମିକ କରନ୍‌ କୁନ୍ଦ୍ରା ମଧ୍ୟ ନଜର ଆସୁଥିଲେ। ଉଭୟଙ୍କ ଯୋଡ଼ିକୁ ବେଶ ପସନ୍ଦ କରାଯାଉଥିଲା। ହେଲେ ୩ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୯ରେ ଉଭୟ ଅଲଗା ହୋଇଯାଇଥିଲେ। ସେବେଠାରୁ ଅନୁଷାଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହି ଆସୁଛି।

Share