Categories: ଜାତୀୟ

ଅନୁରାଗ ଠାକୁର ଟିଏ କ୍ୟାପ୍‌ଟେନ

ନୂଆଦିଲ୍ଲୀ,୧୧।୩ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଟେରିଟୋରିଆଲ୍‌ ଆର୍ମି (ଟିଏ) କ୍ୟାପ୍‌ଟେନ ନିଯୁକ୍ତ ହୋଇଛନ୍ତି। ଟେରିଟୋରିଆଲ ଆର୍ମିରେ ସ୍ବେଚ୍ଛାସେବୀମାନେ ଭାଗ ନେବା ସହ ବର୍ଷରେ ଗୋଟିଏ ମାସ ସାମରିକ ତାଲିମ ନେଇଥାନ୍ତି। ହିମାଚଳପ୍ରଦେଶର ହମିରପୁରରୁ ୪ ଥର ଭାଜପା ଏମ୍‌ପି ଥିବା ଅନୁରାଗଙ୍କୁ ୨୦୧୬ରେ ଉକ୍ତ ଆର୍ମିର ୧୨୪ ଶିଖ୍‌ ରେଜିମେଣ୍ଟରେ ଲ୍ୟୁଟନାଣ୍ଟ ପଦବୀରେ ଅବସ୍ଥାପିତ କରାଯାଇଥିଲା। ଏବେ କ୍ୟାପ୍‌ଟେନ୍‌ ପଦବୀକୁ ତାଙ୍କର ପଦୋନ୍ନତି ହୋଇଛି।

Share