ନୂଆଦିଲ୍ଲୀ,୨୩।୭: ମଣିପୁରରେ ଜାତୀୟ ହିଂସାକୁ ନେଇ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଗୃହ ମୁଲତବୀ ହେବା ଜାରି ରହିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର ବିରୋଧୀଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି କି ସେମାନେ ବି ଏହି ବତର୍କରେ ସାମିଲ ହୁଅନ୍ତୁ। ଠାକୁର ବିରୋଧୀଙ୍କୁ ପୁର୍ବୋତ୍ତର ରାଜ୍ୟରେ ମହିଳାଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ପ୍ରସଙ୍ଗକୁ ରାଜନୀତିକରଣ ନ କରିବାକୁ ଅନୁରୋଧ କରିଛନ୍ତି।
ମଣିପୁରରେ ପରିସ୍ଥିତିକୁ ନେଇ ବିରୋଧୀ ଦଳ ସୋମବାର ସଂସଦରେ ମିଳିତ ବିରୋଧ କରିବାକୁ ଯୋଜନା କରିଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହରେ ଏକ ବିବୃତ୍ତି ଦାବି କରୁଛନ୍ତି। ଏଥି ସହିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନୁହେଁ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ପ୍ରସଙ୍ଗରେ କହିବେ ବୋଲି ଜିଦ ଧରିଛନ୍ତି।