Categories: ଖେଳ

ଅନୁରାଧା ଓଡ଼ିଶା ଆଥ୍‌ଲେଟିକ୍ସ ଦଳର କୋଚ୍‌

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି): ଗୁଜରାଟରେ ହେବାକୁଥିବା ଜାତୀୟ କ୍ରୀଡ଼ା ପାଇଁ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ଓଡ଼ିଶା ଆଥ୍‌ଲେଟିକ୍ସ ଦଳର କୋଚ୍‌ ମନୋନୀତ କରାଯାଇଛି। ଯେଉଁ କ୍ରୀଡ଼ାରେ ଏକାଧିକ ଥର ପଦକ ଜିତିଥିଲେ ସେହି କ୍ରୀଡ଼ା ପାଇଁ ଓଡ଼ିଶା ଦଳର କୋଚ୍‌ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅନୁରାଧା। ମୋତେ ଯେଉଁ ଗୁରୁଦାୟିତ୍ୱ ଦିଆଯାଇଛି ତାକୁ ସୁଚାରୁରୂପେ ତୁଲାଇବାକୁ ଚେଷ୍ଟା କରିବି। ବିଶେଷକରି ଆମ ରାଜ୍ୟର ଆଥ୍‌ଲେଟମାନେ ଯେପରି ଆତ୍ମବିଶ୍ୱାସର ସହ ଟ୍ରାକ୍‌କୁ ଓହ୍ଲାଇବେ ତା’ ଉପରେ ବିଶେଷ ଧ୍ୟାନ ଦେବି ବୋଲି ଅନୁରାଧା କରିଛନ୍ତି। କ୍ରମାଗତ ଭାବେ ଖେଳାଳିଙ୍କୁ ସମର୍ଥନ କରିଆସୁଥିବାରୁ ରାଜ୍ୟ ସରକାର, ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ନିଜ ନିଯୁକ୍ତି ସଂସ୍ଥା ନାଲ୍‌କୋକୁ ସେ ଧନ୍ୟବାଦ ଜଣାଇଛନ୍ତି। ହକି ଇଣ୍ଡିଆର ନୂଆ ସଭାପତି ଦିଲୀପ ତିର୍କୀଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଥିଲେ ଅନୁରାଧା।

Share