ଦ୍ୱିତୀୟ ବିବାହ କରିବେ ଅନୁପମା

ବମ୍ବେ: ଦ୍ୱିତୀୟ ବିବାହ କରିବେ ଅନୁପମା। ଖୁବ୍‌ଶୀଘ୍ର ଧାରାବାହିକରେ ଦେଖିବାକୁ ମିଳିବ ଅନେକ ଟୁଇଷ୍ଟ ଆଣ୍ଡ ଟର୍ନ। ଏବେ ଅନୁପମା ଶାଶୁଘର ଛାଡ଼ି ଚାଲିଯାଇଥିବା ବେଳେ ଆଗାମୀ ଦିନରେ ଦେଖିବାକୁ ମିଳିବ ଏପରି କିଛି।

ଧାରାବାହିକ ‘ଅନୁପମା’ରେ ବାପୁଜୀଙ୍କ ପାଇଁ ଅନେକ କିଛି ବଦଳିଯିବ ବୋଲି ଜଣାପଡ଼ିଛି। ବାରମ୍ବାର ଚରିତ୍ରକୁ ନେଇ ଆକ୍ଷେପ କରାଯିବା ପରେ ଘର ଛାଡ଼ି ଚାଲିଯାଇଛନ୍ତି ଅନୁପମା। ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ବାପୁଜୀ। ଅନୁପମା କିନ୍ତୁ ଦୁଃଖି ଅଛନ୍ତି। ହେଲେ ସେ କିଛି କରିପାରୁନାହାନ୍ତି।

ଆଗାମୀ ଦିନରେ ବାପୁଜୀ ଅସୁସ୍ଥ ହୋଇଯିବା ଦେଖିବାକୁ ମିଳିବ। ସେ ଖାଇବା ଛାଡ଼ି ଦେବା କାରଣରୁ ଦୁର୍ବଳ ହୋଇଯିବେ। ଅନୁପମାଙ୍କୁ ଭେଟିବାକୁ ସେ ଜିଦ୍‌ ଧରିବେ। ତାଙ୍କ କଥା ଶୁଣିବା ପରେ ଅନୁପମା ତାଙ୍କୁ ଭେଟିବା ଲାଗି ଘରକୁ ଆସିବେ। ସେଠାରେ ବାପୁଜୀ ଅନୁପମାଙ୍କୁ ଏକ ପ୍ରତିଶ୍ରୁତି ଦେବାକୁ କହିବେ। ସେଇଟି ହେଲା ଆଉ ଥରେ ବିବାହ କରିବା। ହେଲେ ଏହାକୁ ଅନୁପମା ପ୍ରତ୍ୟାଖ୍ୟାନ କରିଦେବେ। ତେବେ ପରେ ଧାରାବାହିକ କେଉଁ ମୋଡ଼ ନେଉଛି ତାହା ଦେଖିବା ବାକି ରହିଲା।

Share