ଆଖି ବୁଜିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଟିଭି ସିରିଏଲ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେଙ୍କ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। କିଛି ଦନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ମଧ୍ୟ ଆସିଥିଲା। କିନ୍ତୁ ରବିବାର ଅପରାହ୍ନରେ ପୁଣି ତାଙ୍କ ବିଗିଡିବା ପରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ଟିଭି ସିରିଏଲ ଜଗତରେ ମାଧବୀ ଗୋଗଟେ ଏକ ଜଣାଶୁଣା ନାଁ। ସେ ଅନେକ ଟିଭି ସିରିଏଲରେ କାମ କରିଛନ୍ତି। ନିକଟରେ ସେ ପ୍ରସିଦ୍ଧ ଟିଭି ସିରିଏଲ ‘ଅନୁପମା’ରେ କାମ କରୁଥିଲେ। ଏଥିରେ ସେ ସିରିଏଲ ମୁଖ୍ୟ ଚରିତ୍ର ‘ଅନୁପମା’ର ମା’ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ହିଁ ସେ ଶୋ’ ଛାଡି ଦେଇଥିଲେ।

Share