Categories: ଖେଳ

ଏସୀୟ ଜୁଜୁଟ୍‌ସୁ ପାଇଁ ଅନୁପମାଙ୍କୁ ଯୋଗ୍ୟତା

ଭୁବନେଶ୍ୱର,୬ା୨ (ସ୍ପୋଟର୍‌ସ ବ୍ୟୁରୋ): ଏସୀୟ ଜୁଜୁଟ୍‌ସୁ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି ଓଡ଼ିଶାର ଅନୁପମା ସ୍ବାଇଁ। ରବିବାର ଦିଲ୍ଲୀର ପ୍ରୋ ଫାଇଟ୍‌ କ୍ଲବରେ ଅନୁଷ୍ଠିତ ଚୟନ ପ୍ରତିଯୋଗିତାର ଉଭୟ କଷ୍ଟ୍ୟୁମ(ଜିଆଇ) ଓ ନୋ ଜିଆଇ ବର୍ଗରେ ସେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଥାଇଲାଣ୍ଡରେ ଫେବୃୟାରୀ ୨୩ରୁ ୨୮ ଯାଏ ସପ୍ତମ ଏସୀୟ ଜୁଜୁଟ୍‌ସୁ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୂର୍ବରୁ ଅନୁପମା ଏସୀୟ ଜୁଜୁଟ୍‌ସୁ ପ୍ରତିଯୋଗିତାରେ ପଦକ ହାସଲ କରିବା ସହିତ ଓ୍ବାଲର୍‌ଡ ମାଷ୍ଟର୍ସ ମାର୍ସିଆଲ ଆର୍ଟସରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ। ଅନୁପମା ଦିଲ୍ଳୀର ଓ୍ବାରିୟର୍ସ କୋଭ୍‌ ଏମ୍‌ଏମ୍‌ଏରେ ଅଭ୍ୟାସ ଜାରି ରଖିବେ। ଏସୀୟ ପ୍ରତିଯୋଗିତା ପାଇଁ ଅନୁପମାଙ୍କୁ ଶୁଭକାମନା ଜଣାଇଛି ରାଜ୍ୟ ଜୁଜୁଟ୍‌ସୁ ସଂଘ।

 

Share