ଜନ୍ମଦିନରେ ପ୍ରଶଂସକଙ୍କୁ ଚକିତ କଲେ ଅନୁପମ

ବଲିଉଡ୍‌ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାରାଂଶ’ରୁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ଗତ ତିନି ଦଶନ୍ଧି ଧରି ହିନ୍ଦୀ ସିନେମାରେ ନିଜ ଅବଦାନ ଦେଇଛନ୍ତି ଅନୁପମ। ଏ ପର୍ଯ୍ୟନ୍ତ ସେ ହିନ୍ଦୀ ସିନେମାରେ ପ୍ରାୟ ୫୦୦ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଅନୁପମ ଖେର ପୁଣିଥରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତ। ଫଟୋରେ ସେ ତାଙ୍କ ଫିଟ୍‌ ଶରୀର ଦେଖାଉଥିବା ନଜର ଆସିଛନ୍ତି। ୬୭ ବର୍ଷରେ ମଧ୍ୟରେ ସେ ବେଶ୍‌ ଫିଟ୍‌ ଜଣାପଡୁଛନ୍ତି। ସେ ତାଙ୍କର ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୋତେ ଜନ୍ମଦିନର ଶୁଭେଚ୍ଛା। ଜୀବନର ୬୭ ବର୍ଷ ଆରମ୍ଭ କରିବାକୁ ଯାଉଛି। ଏହାସହ ଆପଣ ସମସ୍ତଙ୍କ ସହ ମୋରନୂଆ ଲକ୍ଷ୍ୟ ଶେୟାର କରିବା ପାଇଁ ବହୁତ ଉତ୍ସାହିତ ଅଛି। ୩୭ ବର୍ଷ ପୂର୍ବେ ଆଜି ଆପଣ ଜଣେ ଯୁବ ଅଭିନେତାଙ୍କୁ ଭେଟିଥିଲେ,ଯିଏ ଜଣେ ୬୫ ବର୍ଷ ବୟସ୍କା ବ୍ୟକ୍ତି ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲା। ମୋର କ୍ୟାରିଅର୍‌ ମଧ୍ୟରେ ମୁଁ ଜଣେ କଳାକାର ଭାବେ ସର୍ବଦା ନିଜକୁ ଖୋଜେ। ମୋର ଏକ ସ୍ବପ୍ନ ଥିଲା ଫିଟ ରହିବି ଏବଂ ସମସ୍ତଙ୍କ ପାଇଁ ଫିଟ୍‌ ଦେଖିବି।
ଅନୁପମ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ମୁଁ ମୋର ଫିଟନେସ ଯାତ୍ରା ଆରମ୍ଭ କରିଛି ଏବଂ ଏହି ଯାତ୍ରାରେ ମୁଁ ଆପଣଙ୍କ ସହ ସବୁକିଛି ବାଣ୍ଟିବି। ମୁଁ ମୋର ଯାତ୍ରାର ପ୍ରତ୍ୟେକ ଭଲ ଏବଂ ଖରାପ ଦିନ ଆପଣଙ୍କ ସହ ବାଣ୍ଟିବି ଏବଂ ମୁଁ ଆଶା କରେ ଆପଣ ଦେଖିବେ ଏକ ବର୍ଷ ପରେ ଏକ ନୂତନ ଅନୁପମ ଖେର। ମୋର ଯାତ୍ରା ପାଇଁ ମୋତେ ଶୁଭକାମନା ଦିଅନ୍ତୁ।
ଅନୁପମଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ଏବଂ ବଲିଉଡର ସହ-କଳାମାନେ ମଧ୍ୟ ତାଙ୍କୁ କାମନା କରୁଛନ୍ତି। ଅଭିନେତା ହ୍ରିତିକ ରୋଶନ ଲେଖିଛନ୍ତି, ଆଶ୍ଚର୍ଯ୍ୟ, ଜନ୍ମଦିନର ଶୁଭେଚ୍ଛା। ତାଙ୍କ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ସିକନ୍ଦର ଖେର ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା।

Share