ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖାସ୍‌ ଉପହାର ଦେଲେ ଅନୁପମ ଖେର

ମୁମ୍ବାଇ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ବଲିଉଡ ଅଭିନେତା ଅନୁପମ ଖେର। ସେ ବ୍ୟକ୍ତିଗତ ଏବଂ ଅଭିନୟ ଜୀବନ ସହ ଜଡ଼ିତ ଅନେକ କିଛି ଅପ୍‌ଡେଟ୍‌ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି। ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ନେଇ ଚର୍ଚ୍ଚାରେ।

ଅନୁପମ ନିଜର ସୋସିଆଲ ମିଡିଆର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକାରର ଦୁଇଟି ଫଟୋ ଶେୟାର କରିଛନ୍ତି। ଏହି ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅନୁପମ ଏକ ରୁଦ୍ରାକ୍ଷ ମାଳ ପ୍ରଦାନ କରିଥିଲେ। ଏହି ରୁଦ୍ରାକ୍ଷ ମାଳଟି ଅନୁପମଙ୍କ ମା’ ପ୍ରଧାନମନ୍ତ୍ରୀଙ୍କ ପାଇଁ ପଠାଇଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ମାଳଟିକୁ ଗ୍ରହଣ କରିଥିବାରୁ ଅନୁପମ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନୁପମ ଇନ୍‌ଷ୍ଟାଗ୍ରାମ ଏବଂ ଟୁଇଟ୍‌ରେ ଲେଖିଛନ୍ତି, ଆପଣଙ୍କୁ ସାକ୍ଷାତ କରି ଖୁସି ଲାଗିଲା। ଆପଣ ଦେଶବାସୀଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଏହା ପ୍ରେରଣାଦାୟକ। ଯେଉଁ ଶ୍ରଦ୍ଧାରେ ଆପଣ ମୋ ମା’ଙ୍କ ଦ୍ୱାରା ଆପଣଙ୍କ ରକ୍ଷା ପାଇଁ ପଠାଯାଇଥିବା ରୁଦ୍ରାକ୍ଷ ମାଳକୁ ଗ୍ରହଣ ଗଲେ, ତାହା ମୁଁ ସର୍ବଦା ମନେ ରଖିବି।

ସେହିଭଳି ଅନୁପମକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁତ ବହୁତ ଧନ୍ୟବାଦ ଅନୁପମ ଖେରଜୀ। ଆଦରଣୀୟ ମାତାଜୀ ଓ ଦେଶବାସୀଙ୍କ ଆଶୀର୍ବାଦ ଯୋଗୁ ମୋତେ ମା’ ଭାରତୀଙ୍କ ସେବା କରିବାକୁ ନିରନ୍ତର ପ୍ରେରଣା ମିଳୁଛି।

Share