ଘରୁ ଟଙ୍କା ଚୋରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କରିଥିଲେ ପୋଲିସକୁ ଫୋନ୍‌

ବଲିଉଡ ଅଭିନେତା ଅନୁପମ ଖେର ପ୍ରତ୍ୟେକ ଥର ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତନ୍ତି। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏପର୍ଯ୍ୟନ୍ତ ସମସ୍ତ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଦୀର୍ଘ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଜଲଓ୍ବା ଦେଖାଇ ଆସୁଥିବା ଅନୁପମ ଖେର ଆଜି ତାଙ୍କର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନୁପମ ଖେର ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଆଡେ କାମ କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅନୁପମ ଖେର ଥରେ ଅଡିସନ ଦେବା ପାଇଁ ଟଙ୍କା ଚୋରି କରିଥିଲେ?
ଶିମଲାରେ ତାଙ୍କ କଲେଜ ଦିନ ଗୁଡିକରେ ଅନୁପମଙ୍କୁ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଏକ ଅଡିସନରେ ଯୋଗଦେବା ଥିଲା। ମାତାପିତାଙ୍କଠାରୁ ଟଙ୍କା ମାଗିବାକୁ ସାହସ ନ ଥିଲା। ଏଥିପାଇଁ ସେ ମା’ଙ୍କ ବ୍ୟାଗ୍‌ରୁ ୧୧୮ ଟଙ୍କା ଚୋରି କରିଥିଲେ।
ସେହି ଦିନକୁ ମନେ ପକାଇ ଅନୁପମ ଏକ ସାକ୍ଷାତକାରରେ କହିଥିଲେ, ସେ ଅଡିସନ ଦେବା ପରେ ଘରକୁ ଫେରିବା ପରେ ତାଙ୍କ ମାତାପିତା ପୋଲିସକୁ ଫୋନ କରି ଚୋରି ଘଟଣା ବିଷୟରେ କହିଦେଇଥିଲେ। ଅନୁପମ ପ୍ରଥମେ ସେ ଚୋରି କରିଥିବା କଥା ସ୍ବୀକାର କରି ନ ଥିଲେ, କିନ୍ତୁ ଗୋଟିଏ ସପ୍ତାହ ପରେ ପିତା ପଚାରିବାରୁ ସେ ସ୍ବୀକାର କରିଥିଲେ। ଅନୁପମ ଖେର କହିଥିଲେ ଯେ ଏହା ଜାଣିବା ପରେ ତାଙ୍କ ମା’ ତାଙ୍କୁ ଚାପୁଡ଼ା ମାରିଥିଲେ।

Share