ଶେଷରେ ବର ବେଶରେ ସଜେଇ ହେଲେ ଅନୁପ ଜଲୋଟା

ପ୍ରସିଦ୍ଧ ଭଜନ ଗାୟକ ଅନୁପ ଜଲୋଟା ଗତ କିଛି ବର୍ଷ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଯେବେଠୁ ସେ ବିଗ୍‌ ବସ୍‌ରେ ଭାଗ ନେଇଛନ୍ତି ସେବେଠୁ ତାଙ୍କୁ ନେଇ ଆଲୋଚନା ଚାଲିଛି। ନିକଟରେ ତାଙ୍କ ନୂଆ ଫଟୋସୁଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଫଟୋଶୁଟ୍‌ରେ ଅନୁପ ଜଲୋଟା ବର ଏବଂ ଦୁଇଜଣ କନ୍ୟା ବେଶରେ ତାଙ୍କ ନିକଟରେ ଫୁଲମାଳ ଧରି ଠିଆ ହୋଇଛନ୍ତି। ଅନୁପ ଜାଲୋଟା ଏକ ନୂତନ ମାଟ୍ରିମୋନିଆଲ ୱେବସାଇଟର ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି। ଏହି ସାଇଟ୍‌ର ପ୍ରଚାର ପାଇଁ ସେ ଏକ ଆକର୍ଷଣୀୟ ଫଟୋସୁଟ କରିଛନ୍ତି। ବିଗ ବସ ଶୋ’ରେ ତାଙ୍କ ଶିଷ୍ୟା ଜସଲିନ ମଥାରୁଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଉଠିଥିଲା। ଉଭୟ ଏହି ଶୋ’ରେ ପ୍ରେମ ବ୍ୟକ୍ତ କରିଥିଲେ।

Share