Categories: ଜାତୀୟ

ଅନୁପ ଗୁପ୍ତା ଚଣ୍ଡିଗଡ଼ ମେୟର ନିର୍ବାଚିତ

ଚଣ୍ଡିଗଡ଼,୧୮।୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଯଶବୀର ସିଂଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରି ଭାଜପାର ଅନୁପ ଗୁପ୍ତା ମଙ୍ଗଳବାର ଚଣ୍ଡିଗଡ଼ର ନୂଆ ମେୟର ନିର୍ବାଚିତ ହୋଇଛନ୍ତି। ଗୁପ୍ତାଙ୍କୁ ୧୫ ଭୋଟ ମିଳିଥିବାବେଳେ ଏଏପି ପ୍ରାର୍ଥୀ ୧୪ଟି ଭୋଟ ପାଇଥିଲେ। କଂଗ୍ରେସର ୬ ସଦସ୍ୟ ଏବଂ ଶିରୋମଣି ଅକାଳୀ ଦଳର ଜଣେ ସଦସ୍ୟ ଭୋଟଦାନରୁ ବିରତ ରହିଥିଲେ। ଚଣ୍ଡିଗଡ଼ ପୌର ନିଗମରେ ଭାଜପା ଏବଂ ଏଏପିର ୧୪ ଜଣ ଲେଖାଏ କାଉନସିଲର ଥିବାବେଳେ ସ୍ଥାନୀୟ ଭାଜପା ଏମ୍‌ପି କିରୋନ ଖେର୍‌ ମ୍ୟୁନିସିପାଲ କର୍ପୋରେଶନ ହାଉସ୍‌ର ଏକ୍ସ-ଅଫିସିଓ ସଦସ୍ୟ ଭାବେ ଭୋଟ ଦେଇଥିଲେ।

Share