ଯାଯାବର, ମନ ମୋର..

ଅନୁଗୋଳ ଅଫିସ, ୨୧ା୧: ଯାଯାବର, ମନ ମୋର.., ଏକ୍‌ ହୋ ଗୟେ ହମ୍‌ ଔର ତୁମ୍‌.., ଟିକ୍‌ ଟିକ୍‌ ହୁଏ ମୋ ଛାତି.., କମଲି କମଲି..। ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଝରିପଡ଼ିଥିବା ଏହିସବୁ ଚିର ସବୁଜ ଗୀତ ଶୁକ୍ରବାର ଅନୁଗୋଳ ଷ୍ଟାଡିୟମରେ ସୃଷ୍ଟି କରିଥିଲା ଭିନ୍ନ ପରିବେଶ। ଶୀତ କାକର ରାତିକୁ ଭରିଦେଇଥିଲା ଉଷ୍ମତାରେ। ଭିଜାଇ ଦେଇଥିଲା ଦର୍ଶକଙ୍କ ମନ ଓ ଦୃଦୟକୁ।
ଅନୁଗୋଳ ଜିଲା ମହୋତ୍ସବର ତୃତୀୟ ସନ୍ଧ୍ୟା ଆରମ୍ଭ ହୋଇଥିଲା ପାରମ୍ପରିକ ଲୋକକଳାରୁ। ପ୍ରସନ୍ନ ମହାପାତ୍ରଙ୍କ ନେତୃତ୍ୱରେ ପାଲଲହଡାର କଳାକାରମାନେ ପରିବେଷଣ କରିଥିଲେ ଡାଲଖାଇ ନୃତ୍ୟ। ଏହାପରେ ମୁଣ୍ଡା ସମ୍ପ୍ରଦାୟର କଳାକାରମାନେ ହୋ ନୃତ୍ୟ ପରିବେଷଣ କରିଥିଲେ। ଯୁଗେଶ୍ବର ହେସାଙ୍କ ନେତୃତ୍ୱରେ କଳାକାରମାନେ ନମାଘ ପର୍ବର ନୃତ୍ୟ ପ୍ରଦର୍ଶନ କରିଥିଲେ। ପାଲଲହଡା ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଆସିଥିବା ଏହି କଳାକାରମାନେ ସେମାନଙ୍କ ନୃତ୍ୟକଳାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଏହାପରେ ମଞ୍ଚକୁ ଆସିଥିଲେ ଓଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ଗୌତମ ଗିରି। ଓଡ଼ିଆ ସିନେମାର କାଳଜୟୀ ଗୀତ ଯା ଯା ବର ମନ ମୋର..ରୁ ସେ ଆରମ୍ଭ କରିଥିଲେ ସଙ୍ଗୀତ ପରିବେଷଣ। ଏହାପରେ ସେ ଶୁଣାଇଥିଲେ ଅନେକ ଚିର ସବୁଜ ଗୀତ। କେବଳ ଗୌତମ ନୁହନ୍ତି ଓଲିଉଡ୍‌ର ଅନ୍ୟତମ ଗାୟିକା ଭାଗ୍ୟଶ୍ରୀ ମଧ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ତାଙ୍କ କଣ୍ଠରୁ ଝରିପଡ଼ିଥିଲା ଟିକ୍‌ ଟିକ୍‌ ହୁଏମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି.., କମିଲି କମଲି… ଆଦି ସଙ୍ଗୀତ। ସେହିପରି ଓଲିଉଡ୍‌ ମେଲୋଡି କୁଇନ ମନସ୍ବିନୀ ହାମେ ତୋ ଲୁଟ୍‌ ଲିୟା ଇସ୍କ ବାଲୋନେ.., ଆଜ୍‌ ବ୍ଲୁ ହେ ପାନି ପାନି.. ଆଦି ସଙ୍ଗୀତ ପରିବେଷଣ କରିବା ବେଳେ ପୂରା ଷ୍ଟାଡିୟମ ଯେପରି ନାଚି ଉଠିଥିଲା। ଏହାପରେ ମଞ୍ଚକୁ ଆସିଥିଲେ ମୁଖ୍ୟ ଆକର୍ଷଣ ବଲିଉଡ କଣ୍ଠଶିଳ୍ପୀ ରାଜ୍‌ ବର୍ମାନ।
ତୁ ମିଲ ତା ମୁଝେ.., ମେରେ ଡୋଲ ଜୁଦାଇଁ କି.., ତୁମ ଯୋ ମିଲା ମେ ହୋ ଗୟା କାବିଲ.. ଆଦି ଗୀତରେ ଦର୍ଶକଙ୍କୁ ଝୁମାଇ ଦେଇଥିଲେ। ମଞ୍ଚରେ ଜୟ ଜଗନ୍ନାଥ କହିବା ସହ ସେଲ୍‌ଫି ମଧ୍ୟ ନେଇଥିଲେ। ତୃତୀୟ ସନ୍ଧ୍ୟାର ଶେଷ କଳାକାର ଭାବେ ବଲିଉଡ୍‌ ରାପର୍‌ ଆର୍‌ ସି ଆର୍‌ ଷ୍ଟେଜ ଉପରକୁ ଆସିବା ସହ ନିଜ ରାପ୍‌ ସଙ୍ଗୀତରେ ଦର୍ଶକଙ୍କୁ ମତୁଆଲା କରିଦେଇଥିଲେ। ବିଳମ୍ବିତ ରାତିଯାଏ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ସହସ୍ରାଧିକ ଦର୍ଶକ ମନଭରି ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ…

ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ, ଅଷ୍ଟପ୍ରହରୀ ପୂଜା ସାରି ଶୋଇଥିଲେ, ହେଲେ…

ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

Video: ଶ୍ରୀଲଙ୍କାରେ ପାକିସ୍ତାନ ଟିମ୍‌କୁ ଏମିତି କରାଗଲା ସ୍ବାଗତ! ଭାଇରାଲ ଭିଡ଼ିଓକୁ ନେଇ ମଜା ଉଡାଉଛନ୍ତି ୟୁଜର

ନୂଆଦିଲ୍ଲୀ,୧୦।୨: ICC T20 ବିଶ୍ୱକପ 2026 ଆରମ୍ଭ ହୋଇସାରିଛି, ଏବଂ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ ଖେଳୁଛି। ତଥାପି, କ୍ରିକେଟ ଅପେକ୍ଷା ଅଧିକ ଆଲୋଚନା…

VIDEO: ବ୍ୟସ୍ତବହୁଳ ରାସ୍ତାରେ କ୍ରାଶ ଲ୍ୟାଣିଂ କଲା ବିମାନ, ଅନେକ କାର ସହିତ ଧକ୍କା…

ନୂଆଦିଲ୍ଲୀ, ୧୦।୨: ଆମେରିକାର ଜର୍ଜିଆରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଜର୍ଜିଆର ଗେନ୍ସଭିଲରେ ରାସ୍ତା ମଝିରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri