ବାନ୍ଧବୀଙ୍କ ସହ ରେଷ୍ଟୁରାଣ୍ଟରେ ଖାଇଲେ ଅନୁଭବ, ଫଟୋ ଶେୟାର କରି ଏବେ ଚର୍ଚ୍ଚାରେ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଅନୁଭବ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି, ଅନୁଭବ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଏକ ରେଷ୍ଟୁରାଣ୍ଟରେ ବସି ଖାଉଛନ୍ତି। ଫଟୋଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଫଟୋ ଭାଇରାଲ ପରେ ୟୁଜର୍ସମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, କ’ଣ ନୂଆ ଭାଉଜ ମିଳିଗଲେ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆମେ ଏହାକୁ ଅପେକ୍ଷା କରିଥିଲୁ। ସେହିପରି ଅନେକ ୟୁଜର୍ସ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ବାନ୍ଧବୀ ଜଣକ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖାଇବା ବେଳର ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Share