Categories: ଜାତୀୟ

ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଏସମ୍ପର୍କରେ କହିଛନ୍ତି। ସେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି ଏବଂ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। କେରଳର ରାଜ୍ୟ ସଭା ଏମ୍‌ପି ୮୧ ବର୍ଷ ବୟସ୍କ ଆଣ୍ଟୋନ ସୋନିଆ ଗାନ୍ଧୀଙ୍କୁ କହିଛନ୍ତି ଯେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୨ ଏପ୍ରିଲ ୨ ରେ ଶେଷ ହେଉଛି । ସେ ଏହା ପରେ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଚାହୁଁନାହାଁନ୍ତି। ଏ.କେ ଆଣ୍ଟୋନି ଏହା ମଧ୍ୟ କହିଛନ୍ତି ଯେ ସେ ଆଉ ଦିଲ୍ଲୀରେ ରହିବେ ନାହିଁ। ଖୁବ ଶୀଘ୍ର ସେ ଥିରୁଭାନନ୍ତପୁରମକୁ ଯିବେ। ସେ ୫୨ ବର୍ଷ ଧରି ରାଜନୀତିରେ ଅଛନ୍ତି।

୧୯୭୦ରେ ପ୍ରଥମ ଥର ପାଇଁ ସେ କେରଳର ଜଣେ ବିଧାୟକ ହୋଇଥିଲେ। ସେ କଂଗ୍ରେସ ଯୁବ ଓ ଛାତ୍ର ସଂଗଠନର ନେତା ଥିଲେ। ଆଣ୍ଟୋନି କେରଳର ତିନିଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୩୭ ବର୍ଷ ବୟସରେ ସେ କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସହିତ ସେ ତିନିଥର କେନ୍ଦ୍ର ମନ୍ତ୍ରୀ ହୋଇଥିବାବେଳେ ୫ଥର ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ଆଣ୍ଟୋନି ୧୦ ବର୍ଷ ଧରି କଂଗ୍ରେସ ସଂସଦୀୟ କମିଟିର ସଭାପତି ଭାବେ କାର୍ଯ୍ୟ କରିଛନ୍ତି।

ଦଳ ମୋତେ ଅନେକ ସୁଯୋଗ ଦେଇଛି ଏବଂ ମୁଁ କଂଗ୍ରେସ ପ୍ରତି ସର୍ବଦା କୃତଜ୍ଞ ରହିବି ବୋଲି ସେ କହିଛନ୍ତି। ଏ.କେ ଆଣ୍ଟୋନିଙ୍କୁ ’ଆନ୍ଥୋନି ଅଫ କଂଗ୍ରେସ’ ମଧ୍ୟ କୁହାଯାଉଥିଲା। ସେ କେରଳ ରାଜନୀତିରେ କଂଗ୍ରେସର ପ୍ରମୁଖ ଯୋଗଦାନକାରୀ ବୋଲି ବିବେଚନା କରାଯାଏ। ସେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଥିଲେ।

୨୦୦୪ରେ ସେ ଦିଲ୍ଲୀ ରାଜନୀତିରେ ଯୋଗଦେବା ଆରମ୍ଭ କରିଥିଲେ। ଡକ୍ଟର ମନମୋହନ ସିଂଙ୍କ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Share