କରୋନା ରୋଗୀଙ୍କ ନିକଟରେ ବଢୁଛି ଫଙ୍ଗାଲ ଇନଫେକ୍ସନର ଭୟ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪ ।୯: କରୋନା ସଂକ୍ରମଣ ପାଇଁ ଦାୟୀ ମ୍ୟୁଟେଣ୍ଟ ବାରମ୍ବାର ତା’ର ରୂପ ବଦଳାଉଛି । ସେଥିପାଇଁ କରୋନାର ଔଷଧ ଓ ଟିକା ନିଜ ନିଜର ପ୍ରଭାବ ବୃଦ୍ଧି କରିବାକୁ ଏଥିରେ ଦ୍ରୁତ ଗତିରେ ସୁଧାର ଆଣୁଛନ୍ତି । ଏବେ କରୋନାଠାରୁ ଦୂରେଇ ରହିବାକୁ ଟିକା ହିଁ ସବୁଠାରୁ ବେଶି ପ୍ରଭାବଶାଳୀ ବୋଲି କୁହାଯାଉଛି । ଏପଟେ ସାରା ବିଶ୍ୱର ଡାକ୍ତର ଓ ବିଶେଷଜ୍ଞ କରୋନା ରାଗୀଙ୍କୁ ଭଲ ଚିକିତ୍ସା ଯୋଗାଇ ଦେବାକୁ ଦିନ-ରାତି ପରିଶ୍ରମ କରି ଚାଲିଛନ୍ତି । ଏହାରି ଭିତରେ କରୋନାର ଡେଲ୍ଟା ଭାରିଏଣ୍ଟ ଏବେ ସମସ୍ତଙ୍କର ମୁଣ୍ଡ ବିଗାଡିଛି । ତେବେ କରୋନା ରୋଗୀଙ୍କୁ ଦିଆଯାଉଥିବା ଔଷଧକୁ ନେଇ ଏବେ ଆଇସିଏମ୍‌ଆର୍ ବଡ ଚେତାବନି ଦେଇଛି । ଆଇସିଏମ୍‌ଆର୍ ନିକଟରେ କରିଥିବା ଏକ ଗବେଷଣା ରିପୋର୍ଟରେ ଦାବି କରାଯାଇଛି କି ଆଣ୍ଟିମାଇକ୍ରୋବିୟଲ ଯେଉଁମାନେ ଅଧିକ ବ୍ୟବହାର କରିଛନ୍ତି ସେଭଳି କରୋନା ରୋଗୀଙ୍କ ନିକଟରେ ଫଙ୍ଗାଲ ଇନଫେକ୍ସନର ଭୟ ଅଧିକ ରହୁଛି ।

Share