Categories: ଜାତୀୟ

ଆଣ୍ଟିଲିୟା ବାହାରେ ଥିବା ବିସ୍ଫୋରକ ଭର୍ତ୍ତି କାର ମାଲିକଙ୍କ ମୃତଦେହ ଉଦ୍ଧାର!

ମୁମ୍ବାଇ,୫ ।୩: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବହୁତଳ ପ୍ରାସାଦ ଆଣ୍ଟିଲିୟା ବାହାରେ ନିକଟରେ ଏକ ବିସ୍ଫୋରକ ଭତ୍ତି ସ୍କାର୍ପିଓକୁ ସନ୍ଦିଗ୍ଧ ଅବସ୍ଥାରେ ଜବତ କରାଯାଇଥିଲା । ଏବେ ଏହି ଗାଡିର ମାଲିକ ମନସୁଖ ହିରେନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । କୁହାଯାଉଛି କି ସେ କଲାୱା କ୍ରିକରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି । ପୋଲିସ କହିଛି ଏହା ଆତ୍ମହତ୍ୟା ଭଳି ଲାଗୁଛି ହେଲେ ଯାଞ୍ଚ ପରେ ସତ୍ୟତା ଜଣାପଡିବ । ସୂଚନାଯୋଗ୍ୟ, ନିକଟରେ ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରେ ଥିବା ମନସୁଖଙ୍କ ସ୍କର୍ପିଓରୁ ୨୦ଟି ଜିଲେଟିନ ଛଡ ଜବତ କରାଯାଇଥିଲା । ଯାହାର ବ୍ୟବହାର ବିସ୍ଫୋରଣ ପାଇଁ କରାଯାଇଥାଏ । ଏହାସହ ଧମକପୂର୍ଣ୍ଣ ଚିଠି ମଧ୍ୟ ସେହି ଗାଡିରୁ ମିଳିଥିଲା । ଆଉ ସେଥିରେ ଲେଖାଥିଲା ଏହା କେବଳ ଟ୍ରେଲର ।

Share