କଟକରେ ହେବ ଆଣ୍ଟିଜେନ୍‌ ଟେଷ୍ଟ

କଟକ ଅଫିସ,୫।୭-କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ସ୍ଥିତି ଅଣାୟତ୍ତ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ଏହି କ୍ରମରେ ରବିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଛି। କଟକ ସହରରେ ଥିବା ସରକାରୀ ହସ୍ପିଟାଲଗୁଡ଼ିକ ପାଇଁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ, ଶିଶୁଭବନ ଓ ସିଟି ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କ କୋଭିଡ୍‌ ଟେଷ୍ଟ କରାଯିବ। ନୂଆ ରୋଗୀ ଆଡ୍‌ମିଶନ ବେଳେ ଓ ହସ୍ପିଟାଲରୁ ରୋଗୀ ଡିସ୍‌ଚାର୍ଜ ହେବା ସମୟରେ ମଧ୍ୟ କୋଭିଡ୍‌ ଟେଷ୍ଟ ହେବ। ସେହିପରି ଏହି ସମସ୍ତ ହସ୍ପିଟାଲଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ। ଚଳିତ ସପ୍ତାହରେ ଏହି ସମସ୍ତ ହସ୍ପିଟାଲଗୁଡ଼ିକ ପାଇଁ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କିଟ୍‌ ପହଞ୍ଚତ୍ବା ସହ ପରୀକ୍ଷା ଆରମ୍ଭ ହେବ। ଫଳରେ ସମସ୍ତ ରୋଗୀଙ୍କ ନାଜାଲ୍‌ ସ୍ବାବ ନେଇ ପରୀକ୍ଷା କରାଯିବା ସହ ମାତ୍ର ୩୦ ସେକେଣ୍ଡରେ କୋଭିଡ ଷ୍ଟାଟସ୍‌ ଜାଣିହେବ ବୋଲି ରାଜ୍ୟ ସରକାରଙ୍କ ବୈଷୟିକ କୋଭିଡ୍‌ ମୁଖପାତ୍ର ଡା. ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଆସନ୍ତା ୮ ତାରିଖ ଯାଏ କଟକ ସହରକୁ ଶଟ୍‌ଡାଉନ କରାଯାଇଥିବାରୁ ଜରୁରୀ ନ ଥିଲେ ରୋଗୀଙ୍କୁ ହସ୍ପିଟାଲ ଓପିଡି ନ ଆସିବା ପାଇଁ ନିବେଦନ କରାଯାଇଛି। ଏଥିରେ ସହଯୋଗ କଲେ ସଂକ୍ରମଣର ଶୃଙ୍ଖଳକୁ ରୋକାଯାଇପାରିବ। ବୈଠକରେ ଆର୍‌ଡିସି ଅନିଲ ସାମଲ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ, ଡିଏମ୍‌ଇଟି ଡା. ସି.ବି.କେ. ମହାନ୍ତି, ଅତିରିକ୍ତ ଡିଏମ୍‌ଇଟି ଡା. ବି.କେ. ଦାସ, ଏସ୍‌ସିବି ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ, ଅଧ୍ୟକ୍ଷ ଡା. ଦତ୍ତେଶ୍ୱର ହୋତା, କୋଭିଡ୍‌ ନୋଡାଲ ଅଫିସର ଡା. ଏମ୍‌.ଆର୍‌. ପଟ୍ଟନାୟକ, କୋଭିଡ ଟେଷ୍ଟ ନୋଡାଲ ଅଫିସର ଡା. ନିରୁପମା ଚୟନୀ, ମାନସିକ ରୋଗ ବିଭାଗ ନିର୍ଦ୍ଦେଶକ ଡା. ସାରଦା ପ୍ରସନ୍ନ ସ୍ବାଇଁ, କ୍ୟାନ୍ସର ହସ୍ପିଟାଲ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ଶିଶୁଭବନ କର୍ତ୍ତୃପକ୍ଷ, ସିଟି ହସ୍ପିଟାଲ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

ରନୱେରୁ ଖସି ସମୁଦ୍ରରେ କ୍ରାଶ ହେଲା ବିମାନ, ପାଇଲଟ୍ ୫୫ ଜଣଙ୍କ ଜୀବନ…

ନୂଆଦିଲ୍ଲୀ,୧୧।୨: ସୋମାଲିଆର ରାଜଧାନୀ ମୋଗାଡିସୁରରେ ମଙ୍ଗଳବାର ସକାଳେ ବିମାନ ଦୁର୍ଘଟଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri