Posted inଜାତୀୟ

ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆର ମୁକାବିଲା କରିବ ଭାରତ ପ୍ରସ୍ତୁତ ଆଣ୍ଟିବାୟୋଟିକ୍‌

ନୂଆଦିଲ୍ଲୀ,୨ା୧୨ : ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍‌ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍‌ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍‌ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ। ଭାରତର ବାୟୋଟେକ୍‌ନିକ୍‌ ବିଭାଗର ବାୟୋଟେକ୍‌ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନ୍‌ସିଲ (ବିଆଇଆର୍‌ଏସି)ର ଗବେଷକମାନେ ନାଫିଥ୍ରୋମାଇସିନ୍‌ର ବିକାଶ କରିଛନ୍ତି। ଔଷଧ ପ୍ରତିରୋଧୀ ନିମୋନିଆ ଚିକିତ୍ସାରେ ଏହାକୁ ବ୍ୟବହାର କରାଯିବ। ‘ମିକ୍‌ନାଫ୍‌’ ବ୍ରାଣ୍ଡ୍‌ ନାମରେ ଏହି ଔଷଧ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ। ଆଣ୍ଟିବାୟୋଟିକ୍‌ ଏବଂ ଆଣ୍ଟିଫଙ୍ଗାଲଗୁଡ଼ିକ ବଦଳରେ ଅନ୍ୟ ଔଷଧ ବ୍ୟବହାର ପାଇଁ ପ୍ରତିଯୋଗିତା ଚାଲିଥିବାବେଳେ ନୀରବ ମହାମାରୀ ଆଣ୍ଟିମାଇକ୍ରୋବିଆଲ୍‌ ରେଜିଷ୍ଟାନ୍ସ (ଏଏମ୍‌ଆର୍‌)ର ମୁକାବିଲାରେ ନିଫିଥ୍ରୋମାଇସିନ୍‌ ଏକ ବଡ଼ ସଫଳତା। ପ୍ରତିବର୍ଷ ଔଷଧ ପ୍ରତିରୋଧୀ ନିମୋନିଆ ଯୋଗୁ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶ୍ୱ ନିମୋନିଆ ମାମଲାର ୨୩ ପ୍ରତିଶତ ଭାରତରେ ଦେଖାଦେଇଥାଏ। ଆଜିଥ୍ରୋମାଇସିନ୍‌ ଭଳି ଔଷଧକୁ ନିମୋନିଆ ବ୍ୟାକ୍ଟେରିଆଗୁଡ଼ିକ ପ୍ରତିରୋଧ କରୁଥିବାବେଳେ ନିଫିଥ୍ରୋମାଇସିନ୍‌ ଏହାର ୧୦ ଗୁଣ ପ୍ରଭାବଶାଳୀ ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri