Posted inଜାତୀୟ

ପାର୍ଲାମେଣ୍ଟ ଅଚଳାବସ୍ଥା ଦୂର: ସମ୍ବିଧାନ ଉପରେ ହେବ ବିତର୍କ

ନୂଆଦିଲ୍ଲୀ,୨ା୧୨(ପି.ଟି.):ସମ୍ବିଧାନରେ ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ସରକାର ଓ ବିରୋଧୀ ଦଳଗୁଡ଼ିକ ବୁଝାମଣାରେ ପହଞ୍ଚତ୍ଛନ୍ତି। ସମ୍ବିଧାନ ଗୃହୀତ ହେବାର ୭୫ତମ ବର୍ଷ ଅବସରରେ ଏହା ଉପରେ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଲୋଚନା ପାଇଁ ସରକାର ରାଜି ହୋଇଛନ୍ତି। ନିମ୍ନ ସଦନରେ ଡିସେମ୍ବର ୧୩ ଓ ୧୪ରେ ଏବଂ ଉଚ୍ଚ ସଦନରେ ୧୬ ଓ ୧୭ ତାରିଖରେ ସମ୍ବିଧାନ ଉପରେ ଆଲୋଚନା ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଆଲୋଚନାର ତାରିଖ ଘୋଷଣା କରିବା ସହ ମଙ୍ଗଳବାରଠାରୁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ବିଭିନ୍ନ ଦଳର ନେତାମାନଙ୍କ ମଧ୍ୟରେ ବୈଠକ ପରେ ଅଚଳାବସ୍ଥା ଦୂର ପାଇଁ ସହମତି ମିଳିଥିଲା। ବିରୋଧୀ ଦଳଗୁଡ଼ିକ ସମ୍ବିଧାନ ଉପରେ ଉଭୟ ଗୃହରେ ଆଲୋଚନା ଦାବି କରିଥିଲେ। ବିରୋଧୀ ଦଳଗୁଡ଼ିକ ସମ୍ଭଲ ଏବଂ ମଣିପୁର ହିଂସା ଆଦି ଅନ୍ୟ ପ୍ରସଙ୍ଗ ଉଠାଇଥିଲେ କି ବୋଲି ପ୍ରଶ୍ନ ହେବାରୁ ନିୟମ ଅନୁଯାୟୀ ଆଲୋଚନା ହେବ ବୋଲି ରିଜିଜୁ କହିଛନ୍ତି। ନଭେମ୍ବର ୨୫ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେବା ନେଇ ଆମେରିକାର ଏକ ଅଦାଲତ ତାଙ୍କୁ ଅଭିଯୁକ୍ତ କରିଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଅଡ଼ିବସିଥିବାବେଳେ ସମ୍ଭଲ ଏବଂ ମଣିପୁର ହିଂସା ପ୍ରସଙ୍ଗ ଉଠାଇ ପାର୍ଲାମେଣ୍ଟର ଉଭୟ ଗୃହକୁ ବିରୋଧୀ ଅଚଳ କରି ରଖିଥିଲେ। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମେତ ଅନ୍ୟ କେତେକ ଦଳ ଆଦାନୀ ବିବାଦକୁ ପ୍ରାଥମିକତା ନ ଦେଇ ବେରୋଜଗାରୀ, ମୂଲ୍ୟବୃଦ୍ଧି, ଏବଂ କେନ୍ଦ୍ରୀୟ ପାଣ୍ଠି ମଞ୍ଜୁରୀରେ ବିରୋଧୀ ଦଳ ଶାସିତ ରାଜ୍ୟକୁ ପାତରଅନ୍ତର ଆଦି ପ୍ରସଙ୍ଗରେ ଆଲୋଚନା ଚାହୁଁଥିଲେ। ଅଧିବେଶନ ବେଳେ ଇଣ୍ଡିଆ ବ୍ଲକ୍‌ର ମିଳିତ ରଣନୀତି ପ୍ରସ୍ତୁତି ବୈଠକରେ ଟିଏମ୍‌ସି ଯୋଗଦେଇ ନ ଥିଲା। ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ କ୍ଷମତାରେ ଥିଲାବେଳେ ସାମ୍ବିଧାନିକ ନିୟମାବଳୀର ପ୍ରମୁଖ ଉଲ୍ଲଂଘନକାରୀ ଥିଲା ବୋଲି ଭାଜପା ଅଭିଯୋଗ କରିଥିଲା। ମୋଦି ସରକାର ଗତ ୧୦ ବର୍ଷ ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଓ ସିଦ୍ଧାନ୍ତକୁ ସୁଦୃଢ଼ କରିଥିବା ଶାସକ ଦଳ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ, ୨୨ା୧: ପ୍ରତି ୧୨ ବର୍ଷରେ ଥରେ ଆୟୋଜନ ହେଉଥିବା ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାରୋହ ମହାକୁମ୍ଭ ମେଳା ଗତ ୧୩ ତାରିଖରୁ ଉତ୍ତରପ୍ରଦେଶର...

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରକୃତ ‘BOSS“

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଫିଜି ଗଣରାଜ୍ୟର ପ୍ରଧାନମନ୍ତ୍ରୀ ସିଟେନି ଲିଗାମାମାଡ଼ା ରାବୁକା। ସେ ମୋଦିଙ୍କୁ ବିଶ୍ୱର ପ୍ରକୃତ ବସ୍‌(ମାଲିକ) ବୋଲି...

ଭାରତ ପାଇଁ ଭାବପୂର୍ଣ୍ଣ ‘ଶେଷ ଚିଠି’ ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ, କହିଲେ-‘ତୁମକୁ ଝୁରି ହେବି’…

ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ...

ମହାରାଷ୍ଟ୍ରରେ ବଡ ଦୁର୍ଘଟଣା: ଟ୍ରେନରୁ ଓହ୍ଲାଇଲା ବେଳେ ମାଡ଼ିଗଲା ଆଉ ଏକ ଟ୍ରେନ, ୧୦ ମୃତ

ମହାରାଷ୍ଟ୍ର,୨୨।୧: ମହାରାଷ୍ଟ୍ରର ଜଳଗାଁଓର ପରଣ୍ଡା ରେଳ ଷ୍ଟେସନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଷ୍ପକ ଏକ୍ସପ୍ରେସର ଯାତ୍ରୀମାନଙ୍କ ଉପରେ କର୍ଣ୍ଣାଟକ ଏକ୍ସପ୍ରେସ ମାଡି ଯାଇଛି। ଖବର...

ଏନଡିଏକୁ ଶକ୍ତ ଝଟ୍‌କା ଦେଲେ ନୀତିଶ କୁମାର! ଫେରାଇନେଲେ ସମର୍ଥନ

ନୂଆଦିଲ୍ଲୀ,୨୨।୧:ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଦେଲେ ନୀତିଶ କୁମାର। ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ) ନିଜ ସମର୍ଥନ ପ୍ରତ୍ୟାହାର...

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ।...

କୃଷକଙ୍କୁ ଖୁସିଖବର ଦେବେ ମୋଦି ସରକାର! ବୃଦ୍ଧି ହେବ…

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଚାଷୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ...

ସ୍କୁଲରେ ପ୍ରଧାନଶିକ୍ଷକ-ଶିକ୍ଷୟିତୀ କରୁଥିଲେ ଏମିତି କାମ, ସିସିଟିଭିରେ ଧରାପଡିବା ପରେ…

ନୂଆଦିଲ୍ଲୀ,୨୨।୧: ରାଜସ୍ଥାନର ଜଣେ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ସ୍କୁଲର କାର୍ଯ୍ୟାଳୟ ଭିତରେ ଅଶାଳୀନ କାର୍ଯ୍ୟ କରୁଥିବାର ଏକ ଭିଡିଓ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri