Posted inଜାତୀୟ

ପାର୍ଲାମେଣ୍ଟ ଅଚଳାବସ୍ଥା ଦୂର: ସମ୍ବିଧାନ ଉପରେ ହେବ ବିତର୍କ

ନୂଆଦିଲ୍ଲୀ,୨ା୧୨(ପି.ଟି.):ସମ୍ବିଧାନରେ ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ସରକାର ଓ ବିରୋଧୀ ଦଳଗୁଡ଼ିକ ବୁଝାମଣାରେ ପହଞ୍ଚତ୍ଛନ୍ତି। ସମ୍ବିଧାନ ଗୃହୀତ ହେବାର ୭୫ତମ ବର୍ଷ ଅବସରରେ ଏହା ଉପରେ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଲୋଚନା ପାଇଁ ସରକାର ରାଜି ହୋଇଛନ୍ତି। ନିମ୍ନ ସଦନରେ ଡିସେମ୍ବର ୧୩ ଓ ୧୪ରେ ଏବଂ ଉଚ୍ଚ ସଦନରେ ୧୬ ଓ ୧୭ ତାରିଖରେ ସମ୍ବିଧାନ ଉପରେ ଆଲୋଚନା ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଆଲୋଚନାର ତାରିଖ ଘୋଷଣା କରିବା ସହ ମଙ୍ଗଳବାରଠାରୁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ବିଭିନ୍ନ ଦଳର ନେତାମାନଙ୍କ ମଧ୍ୟରେ ବୈଠକ ପରେ ଅଚଳାବସ୍ଥା ଦୂର ପାଇଁ ସହମତି ମିଳିଥିଲା। ବିରୋଧୀ ଦଳଗୁଡ଼ିକ ସମ୍ବିଧାନ ଉପରେ ଉଭୟ ଗୃହରେ ଆଲୋଚନା ଦାବି କରିଥିଲେ। ବିରୋଧୀ ଦଳଗୁଡ଼ିକ ସମ୍ଭଲ ଏବଂ ମଣିପୁର ହିଂସା ଆଦି ଅନ୍ୟ ପ୍ରସଙ୍ଗ ଉଠାଇଥିଲେ କି ବୋଲି ପ୍ରଶ୍ନ ହେବାରୁ ନିୟମ ଅନୁଯାୟୀ ଆଲୋଚନା ହେବ ବୋଲି ରିଜିଜୁ କହିଛନ୍ତି। ନଭେମ୍ବର ୨୫ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେବା ନେଇ ଆମେରିକାର ଏକ ଅଦାଲତ ତାଙ୍କୁ ଅଭିଯୁକ୍ତ କରିଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଅଡ଼ିବସିଥିବାବେଳେ ସମ୍ଭଲ ଏବଂ ମଣିପୁର ହିଂସା ପ୍ରସଙ୍ଗ ଉଠାଇ ପାର୍ଲାମେଣ୍ଟର ଉଭୟ ଗୃହକୁ ବିରୋଧୀ ଅଚଳ କରି ରଖିଥିଲେ। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମେତ ଅନ୍ୟ କେତେକ ଦଳ ଆଦାନୀ ବିବାଦକୁ ପ୍ରାଥମିକତା ନ ଦେଇ ବେରୋଜଗାରୀ, ମୂଲ୍ୟବୃଦ୍ଧି, ଏବଂ କେନ୍ଦ୍ରୀୟ ପାଣ୍ଠି ମଞ୍ଜୁରୀରେ ବିରୋଧୀ ଦଳ ଶାସିତ ରାଜ୍ୟକୁ ପାତରଅନ୍ତର ଆଦି ପ୍ରସଙ୍ଗରେ ଆଲୋଚନା ଚାହୁଁଥିଲେ। ଅଧିବେଶନ ବେଳେ ଇଣ୍ଡିଆ ବ୍ଲକ୍‌ର ମିଳିତ ରଣନୀତି ପ୍ରସ୍ତୁତି ବୈଠକରେ ଟିଏମ୍‌ସି ଯୋଗଦେଇ ନ ଥିଲା। ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ କ୍ଷମତାରେ ଥିଲାବେଳେ ସାମ୍ବିଧାନିକ ନିୟମାବଳୀର ପ୍ରମୁଖ ଉଲ୍ଲଂଘନକାରୀ ଥିଲା ବୋଲି ଭାଜପା ଅଭିଯୋଗ କରିଥିଲା। ମୋଦି ସରକାର ଗତ ୧୦ ବର୍ଷ ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଓ ସିଦ୍ଧାନ୍ତକୁ ସୁଦୃଢ଼ କରିଥିବା ଶାସକ ଦଳ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?