Categories: ଖେଳ

ଅଲିମ୍ପିକ୍ସରେ ଖେଳାଳିଙ୍କୁ ଦିଆଯିବ ‘ଆଣ୍ଟି ସେକ୍ସ ବେଡ୍‌’: ଜାଣନ୍ତୁ ଏହାର ବିଶେଷତ୍ୱ କ’ଣ

ଆଉ ମାତ୍ର କିଛି ଦିନର ଅପେକ୍ଷା। ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଯିବ ଅଲମ୍ପିକ୍ସ ଗେମ୍ସ। ଏହି କ୍ରୀଡା ମହାକୁମ୍ଭ ପୂର୍ବରୁ ଏକ ବିଶେଷ ପ୍ରକାରର ଶଯ୍ୟା ବିଷୟରେ ଆଲୋଚନା ହେଉଛି। ଯାହାକୁ ଯୌନ ବିରୋଧୀ ଶଯ୍ୟା ବା ଆଣ୍ଟି ସେକ୍ସ ବେଡ୍‌ କୁହାଯାଉଛି। ଏହା ପଛରେ ଦୁଇଟି କାରଣ ଥିବା କୁହାଯାଉଛି। ପ୍ରଥମଟି ହେଉଛି ପୂର୍ବରୁ, ଅଲିମ୍ପିକ ଗେମ୍ସ ସମୟରେ ଖେଳାଳିମାନେ ଯୌନ ସମ୍ପର୍କ ରଖୁଥିବା ଚର୍ଚ୍ଚା ଉଠିଥିଲା। ଏହାକୁ ଦୃଷ୍ଟିରେ ରଖି ଆୟୋଜକ ମାନେ ଆଣ୍ଟି ସେକ୍ସ ବେଡ୍‌ ପ୍ରସ୍ତୁତ କରିଛନ୍ତି। ଦ୍ୱିତୀୟ କାରଣଟି ହେଉଛି କରୋନା ସମୟରେ ଖେଳାଳିମାନଙ୍କୁ ସାମାଜିକ ଦୂରତା ନିୟମ ମାନିବାକୁ ଲକ୍ଷ୍ୟ ରଖି ଏହା ପ୍ରସ୍ତୁତ କରାଯାଇଛି। ଅଶୀ ଦଶକରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସମୟରେ ଖେଳାଳିମାନେ ଯୌନ ସମ୍ପର୍କ ରଖିବାକୁ ନେଇ ଆଲୋଚନା ହୋଇଥିଲା। ତା’ପରେ ଯୌନ ସଂକ୍ରମଣ ରୋଗରୁ ରକ୍ଷା ପାଇଁ ଖେଳାଳିଙ୍କ ମଧ୍ୟରେ କଣ୍ଡୋମ ମଧ୍ୟ ବଣ୍ଟନ କରାଯାଇଥିଲା। ସେବେଠାରୁ, ପ୍ରତ୍ୟେକ ଥର ଅଲିମ୍ପିକ୍ସରେ ଆୟୋଜକମାନେ ଲକ୍ଷ ଲକ୍ଷ କଣ୍ଡୋମ ବଣ୍ଟନ କରିଛନ୍ତି। ୨୦୧୬ ମସିହାରେ ରିଓ ଅଲିମ୍ପିକ୍ସ ସମୟରେ ଶେଷ ଥର ପାଇଁ ଆୟୋଜକ ଦେଶ ବ୍ରାଜିଲ ପ୍ରାୟ ୯ ନିୟୁତ କଣ୍ଡୋମ ବଣ୍ଟନ କରିଥିଲେ।

ଯୌନ ବିରୋଧୀ ଶଯ୍ୟା ବା ଆଣ୍ଟି ସେକ୍ସ ବେଡ୍‌ କ’ଣ
କ୍ରୀଡା ସମୟରେ ଖେଳାଳି ଏବଂ ସାଧାରଣ ଲୋକମାନେ ପରସ୍ପରର ନିକଟତର ହୁଅନ୍ତି। ଏହି କାରଣରୁ ଖେଳାଳିଙ୍କ ପାଇଁ ସେକ୍ସ ଆଣ୍ଟି ବେଡ ପ୍ରସ୍ତୁତ କରାଯାଇଛି। ଏହି ବେଡ୍‌ ଗୁଡ଼ିକ କାର୍ଡବୋର୍ଡରେ ତିଆରି, ଯାହା ହାରାହାରି ଓଜନଠାରୁ ଅଧିକ ବହନ କରିପାରିବ ନାହିଁ। ଯଦି ଦୁଇଜଣ ଲୋକ ଏହା ଉପରେ ବସନ୍ତି, ତେବେ ଶଯ୍ୟା ଭାଙ୍ଗିଯିବ। ପ୍ରତ୍ୟେକ ଶଯ୍ୟାରେ ପ୍ରାୟ ୨୦୦ କିଲୋଗ୍ରାମ ଉଠାଇବାର କ୍ଷମତା ଅଛି। ବେଡ ଉତ୍ପାଦନ କରୁଥିବା କମ୍ପାନୀ ଏୟାରୱେଭ ଦାବି କରିଛି ଯେ, ପରିବେଶର ନିରାପତ୍ତାକୁ ଦୃଷ୍ଟିରେ ରଖି ସେମାନେ ଏହି ଶଯ୍ୟା ତିଆରି କରିଛନ୍ତି। କମ୍ପାନୀ ପ୍ରାୟ ୧୮ ହଜାର ଏଭଳି ଶଯ୍ୟା ପ୍ରସ୍ତୁତ କରିଛି, ଯାହା ଅଲିମ୍ପିକ୍ସ ସମୟରେ ଖେଳାଳି ଏବଂ ଦଳକୁ ଦିଆଯିବ।

Share