ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜେଡିର ଲୋକ ପ୍ରତିନିଧି ବିଡ଼ିଓଙ୍କଙ୍କ ସହ ଆଲୋଚନା କରୁଥିଲେ। ପରେ କଥା କଟାକଟି ହୋଇ ପାଟିତୁଣ୍ଡ ହୋଇଥିଲା ।
ଶେଷରେ ଭାଜପା ବିଜେଡି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖା ଦେଇ ଚାପା ଉତେଜନା ଦେଖା ଦେଇଥିଲା। ଖବର ପାଇ ଦଶପଲ୍ଲା ଥାନା ପୋଲିସ ବ୍ଲକ୍ ଅଫିସରରେ ତାଲା ମାରି ବୁଝାସୁଝା ଜାରି ରଖିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି ।

