Categories: ଜାତୀୟ

୫୦୦ ଜିଲାରେ ପ୍ରତିଶ୍ରୁତି ପୂରଣ ଖିଲାପ ସଭା, ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା …

ଗାଜିଆବାଦ, ୪।୭ : ମିଳିତ କୃଷକ ମୋର୍ଚ୍ଚା (ଏସକେଏମ୍‌) ପକ୍ଷରୁ ସର୍ବନିମ୍ନ ସମର୍ଥନ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ତଥା ଅନ୍ୟାନ୍ୟ ବିଚାରାଧୀନ ଦାବି ସମ୍ବନ୍ଧରେ ଜୁଲାଇ ୧୮ ରୁ ଦେଶର ୫୦୦ ଜିଲାରେ ପ୍ରତିଶ୍ରୁତି ପୂରଣ ଖିଲାପ ସଭା ଆୟୋଜନ କରିବ। ଏହା ପରେ, ଜୁଲାଇ ୩୧ ରେ କୃଷକ ମୋର୍ଚ୍ଚା କୃଷକଙ୍କ ଆନ୍ଦୋଳନର ବିଚାରାଧୀନ ଦାବି ଉପରେ ସାରା ଦେଶରେ ଚକା ଜାମ ଘୋଷଣା କରିଛି।

ସେହିପରି ଅଗଷ୍ଟ ୭ ରୁ ୧୪ପର୍ଯ୍ୟନ୍ତ, ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ଜୟ ଯବାନ, ଜୟ କିଷାନ ସମ୍ମିଳନୀ ଆୟୋଜିତ ହେବ ବୋଲି ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି।

ସ୍ବାଧୀନତାର ୭୫ ତମ ବାର୍ଷିକୀରେ ଅଗଷ୍ଟ ୧୮, ୧୯, ୨୦ ରେ ଲଖିମପୁର ଖେରୀରେ ୭୫ ଘଣ୍ଟିଆ ମୋର୍ଚ୍ଚା ହେବ। ଏହି ମୋର୍ଚ୍ଚାରେ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରାଯିବ। ପଞ୍ଜାବ ନିର୍ବାଚନ ସମୟରେ ମୋର୍ଚ୍ଚା ଠାରୁ ଅଲଗା ହୋଇଥିବା ଅଧିକାଂଶ କୃଷକ ସଂଗଠନର ଏସଏମକେକୁ ଏହି ଅବସରରେ ଫେରିବା। ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ଶିତଲଓ୍ବାଡ ଏବଂ ସାମ୍ବାଦିକ ମହମ୍ମଦ ଜୁବେରଙ୍କ ଗିରଫଦାରୀକୁ ମଧ୍ୟ ଏସକେଏମ ବିରୋଧ କରିଛି।

Share