ଦିଲ୍ଲୀ ପରେ ମୁମ୍ବାଇରେ ମୋଦି ବିରୋଧୀ ପୋଷ୍ଟର…

ମୁମ୍ବାଇ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ବିବାଦୀୟ ପୋଷ୍ଟର ଲଗାଯାଇଥିଲା। ଏହି ମାମଲାରେ ୨୫ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଏଭଳି ପୋଷ୍ଟର ମହାରାଷ୍ଟ୍ରର ମୁମ୍ବାଇରେ ଲଗାଯାଇଛି। ଏହାକୁ କଂଗ୍ରେସ ପକ୍ଷରୁ ଲଗାଯାଇଛି। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ଦ୍ୱାରା ମୋଦି ବିରୋଧୀ ପୋଷ୍ଟର ଲଗାଯାଇଥିଲା। ସେହିପରି ଉତ୍ତରାଖଣ୍ଡର ଡେରାଡୁନ୍‌ରେ କଂଗ୍ରେସ ଭବନ ସମ୍ମୁଖରେ ପ୍ରଦୋ ଅଧ୍ୟକ୍ଷ ପ୍ରିତମ ସିଂ ଏବଂ ମହାନଗର ଅଧ୍ୟକ୍ଷ ଲାଲ୍‌ଚାନ୍ଦ ଶର୍ମାଙ୍କ ଦ୍ୱାରା ଏଭଳି ପୋଷ୍ଟର ଲାଗଯାଇଛି।

Share