ତେଜୁଛି ଭାରତ ବିରୋଧୀ ଖଲିସ୍ତାନୀ ବିକ୍ଷୋଭ

ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ, ୨୧ା୩ : ଅଷ୍ଟ୍ରେଲିଆ ପରେ ଏବେ ଲଣ୍ଡନ ଏବଂ ସାନ୍‌ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ମିଶନକୁ ଖଲିସ୍ତାନୀ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ରବିବାର ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବିଲ୍ଡିଂରୁ ଜାତୀୟ ପତାକା ଓହ୍ଲାଇଦେଇଥିଲେ। ଏହା ପରେ ଆମେରିକାର ସାନ୍‌ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ଉପରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିଛନ୍ତି। ସେମାନେ ବିଲ୍ଡିଂର ବାହାର କାନ୍ଥରେ ‘ଅମ୍ରିତ୍‌ପାଲଙ୍କୁ ମୁକ୍ତ କର’ ଲେଖାଥିବା ବିଶାଳ ଭିତ୍ତିଚିତ୍ର ଆଙ୍କିଛନ୍ତି। ଆକ୍ରମଣକାରୀମାନେ ଖଲିସ୍ତାନୀ ପତାକା ଲାଗିଥିବା ଏକ କାଠ ବଟ୍‌ରେ ଭାରତୀୟ କନ୍‌ସୁଲେଟ୍‌ ବିଲ୍ଡିଂର କାଚ ଦ୍ୱାର ଓ ଝରକା ଭାଙ୍ଗୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ହାତରେ ପତାକା ଧରି ବ୍ୟାରିକେଡ୍‌ ହଟାଇ କନ୍‌ସୁଲେଟ ବିଲ୍ଡିଂରେ ଧସେଇ ପଶିବା ସହ ସେଠାରେ ଥିବା କର୍ମଚାରୀଙ୍କୁ ଗୋଡ଼ାଇ ତଡ଼ିଥିଲେ। ଖଲିସ୍ତାନୀ ବିକ୍ଷୋଭକାରୀଙ୍କ ଏଭଳି ହିଂସାକାଣ୍ଡକୁ ସେଠାର କମ୍ୟୁନିଟି ନେତା ଅଜୟ ଭୁଟୋରିଆ ନିନ୍ଦା କରିଛନ୍ତି। ଏହା କେବଳ ଭାରତ-ଆମେରିକା କୂଟନୈତିକ ସମ୍ପର୍କ ପ୍ରତି ବିପଦ ସୃଷ୍ଟି କରିନାହିଁ, ଆମ ସମ୍ପ୍ରଦାୟର ଶାନ୍ତି ଓ ସଦ୍‌ଭାବନା ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।
ଖଲିସ୍ତାନୀ ପତାକା ଧରିଥିବା ସମର୍ଥକମାନେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟରସ୍ଥିତ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ବିଲ୍ଡିଂରୁ ତ୍ରିରଙ୍ଗା ହଟାଇଦେବା ପରେ ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସମର୍ଥକମାନେ ଖଲିସ୍ତାନୀ ସ୍ଲୋଗାନ ଦେବା ସହ ବିଲ୍ଡିଂ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ବିକ୍ଷୋଭକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନୂଆଦିଲ୍ଲୀସ୍ଥିତ ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞଙ୍କୁ ସମନ କରାଯାଇଛି। ଭାରତୀୟ ମିଶନରେ ସୁରକ୍ଷା ତ୍ରୁଟିକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ବ୍ରିଟେନ ସରକାରଙ୍କୁ ସମାଲୋଚନା କରିଛି। ଏବେ ହାଇକମିଶନ ବିଲ୍ଡିଂରେ ପୂର୍ବାପେକ୍ଷା ବଡ଼ ତ୍ରିରଙ୍ଗା ଲଗାଯାଇଛି।
ଲଣ୍ଡନରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସୋମବାର ନୂଆଦିଲ୍ଲୀସ୍ଥିତ ବ୍ରିଟେନ ମିଶନ ବାହାରେ ଶିଖ୍‌ ସମ୍ପ୍ରଦାୟର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ କିଛିମାସ ହେଲା ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ଖଲିସ୍ତାନୀ ସମର୍ଥକମାନେ ହିନ୍ଦୁ ମନ୍ଦିର ଓ ଭାରତୀୟ ମିଶନକୁ ଟାର୍ଗେଟ କରିଆସୁଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ନରେ ଖଲିସ୍ତାନୀ ସମର୍ଥକ ଏବଂ ଭାରତ ସପକ୍ଷବାଦୀ ବିକ୍ଷୋଭକାରୀଙ୍କ ମଧ୍ୟରେ ଦୁଇଥର ସଂଘର୍ଷ ଘଟିଲାଣି। ସେମାନେ ପଞ୍ଜାବ ସ୍ବାଧୀନତା ପାଇଁ ତଥାକଥିତ ଗଣଭୋଟ ନିମନ୍ତେ ଉଦ୍ୟମ ଚଳାଇଛନ୍ତି। ଗତ ଜାନୁୟାରୀରେ ଖଲିସ୍ତାନ ଗଣଭୋଟ ଘଟଣାରେ ସାମିଲ ଥିବା ୬ ଜଣଙ୍କ ଫଟୋ ସୋମବାର ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶ ପୋଲିସ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri