ତେଜୁଛି ଭାରତ ବିରୋଧୀ ଖଲିସ୍ତାନୀ ବିକ୍ଷୋଭ

ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ, ୨୧ା୩ : ଅଷ୍ଟ୍ରେଲିଆ ପରେ ଏବେ ଲଣ୍ଡନ ଏବଂ ସାନ୍‌ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ମିଶନକୁ ଖଲିସ୍ତାନୀ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ରବିବାର ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବିଲ୍ଡିଂରୁ ଜାତୀୟ ପତାକା ଓହ୍ଲାଇଦେଇଥିଲେ। ଏହା ପରେ ଆମେରିକାର ସାନ୍‌ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ଉପରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିଛନ୍ତି। ସେମାନେ ବିଲ୍ଡିଂର ବାହାର କାନ୍ଥରେ ‘ଅମ୍ରିତ୍‌ପାଲଙ୍କୁ ମୁକ୍ତ କର’ ଲେଖାଥିବା ବିଶାଳ ଭିତ୍ତିଚିତ୍ର ଆଙ୍କିଛନ୍ତି। ଆକ୍ରମଣକାରୀମାନେ ଖଲିସ୍ତାନୀ ପତାକା ଲାଗିଥିବା ଏକ କାଠ ବଟ୍‌ରେ ଭାରତୀୟ କନ୍‌ସୁଲେଟ୍‌ ବିଲ୍ଡିଂର କାଚ ଦ୍ୱାର ଓ ଝରକା ଭାଙ୍ଗୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ହାତରେ ପତାକା ଧରି ବ୍ୟାରିକେଡ୍‌ ହଟାଇ କନ୍‌ସୁଲେଟ ବିଲ୍ଡିଂରେ ଧସେଇ ପଶିବା ସହ ସେଠାରେ ଥିବା କର୍ମଚାରୀଙ୍କୁ ଗୋଡ଼ାଇ ତଡ଼ିଥିଲେ। ଖଲିସ୍ତାନୀ ବିକ୍ଷୋଭକାରୀଙ୍କ ଏଭଳି ହିଂସାକାଣ୍ଡକୁ ସେଠାର କମ୍ୟୁନିଟି ନେତା ଅଜୟ ଭୁଟୋରିଆ ନିନ୍ଦା କରିଛନ୍ତି। ଏହା କେବଳ ଭାରତ-ଆମେରିକା କୂଟନୈତିକ ସମ୍ପର୍କ ପ୍ରତି ବିପଦ ସୃଷ୍ଟି କରିନାହିଁ, ଆମ ସମ୍ପ୍ରଦାୟର ଶାନ୍ତି ଓ ସଦ୍‌ଭାବନା ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।
ଖଲିସ୍ତାନୀ ପତାକା ଧରିଥିବା ସମର୍ଥକମାନେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟରସ୍ଥିତ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ବିଲ୍ଡିଂରୁ ତ୍ରିରଙ୍ଗା ହଟାଇଦେବା ପରେ ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସମର୍ଥକମାନେ ଖଲିସ୍ତାନୀ ସ୍ଲୋଗାନ ଦେବା ସହ ବିଲ୍ଡିଂ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ବିକ୍ଷୋଭକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନୂଆଦିଲ୍ଲୀସ୍ଥିତ ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞଙ୍କୁ ସମନ କରାଯାଇଛି। ଭାରତୀୟ ମିଶନରେ ସୁରକ୍ଷା ତ୍ରୁଟିକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ବ୍ରିଟେନ ସରକାରଙ୍କୁ ସମାଲୋଚନା କରିଛି। ଏବେ ହାଇକମିଶନ ବିଲ୍ଡିଂରେ ପୂର୍ବାପେକ୍ଷା ବଡ଼ ତ୍ରିରଙ୍ଗା ଲଗାଯାଇଛି।
ଲଣ୍ଡନରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସୋମବାର ନୂଆଦିଲ୍ଲୀସ୍ଥିତ ବ୍ରିଟେନ ମିଶନ ବାହାରେ ଶିଖ୍‌ ସମ୍ପ୍ରଦାୟର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ କିଛିମାସ ହେଲା ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ଖଲିସ୍ତାନୀ ସମର୍ଥକମାନେ ହିନ୍ଦୁ ମନ୍ଦିର ଓ ଭାରତୀୟ ମିଶନକୁ ଟାର୍ଗେଟ କରିଆସୁଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ନରେ ଖଲିସ୍ତାନୀ ସମର୍ଥକ ଏବଂ ଭାରତ ସପକ୍ଷବାଦୀ ବିକ୍ଷୋଭକାରୀଙ୍କ ମଧ୍ୟରେ ଦୁଇଥର ସଂଘର୍ଷ ଘଟିଲାଣି। ସେମାନେ ପଞ୍ଜାବ ସ୍ବାଧୀନତା ପାଇଁ ତଥାକଥିତ ଗଣଭୋଟ ନିମନ୍ତେ ଉଦ୍ୟମ ଚଳାଇଛନ୍ତି। ଗତ ଜାନୁୟାରୀରେ ଖଲିସ୍ତାନ ଗଣଭୋଟ ଘଟଣାରେ ସାମିଲ ଥିବା ୬ ଜଣଙ୍କ ଫଟୋ ସୋମବାର ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶ ପୋଲିସ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri