Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବ ଆଣ୍ଟିଡ୍ରୋନ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ, ୩୦।୧୧(ପି.ଟି.): ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଶତ୍ରୁପକ୍ଷର ଡ୍ରୋନ୍‌କୁ ଧ୍ୱଂସ କରିବା ପାଇଁ ଏକ ଆଣ୍ଟିଡ୍ରୋନ୍‌ ପ୍ରଯୁକ୍ତିର ବିକାଶ କରିଛି। ସଶସ୍ତ୍ର ବାହିନୀ ପାଇଁ ଏହି ଆଣ୍ଟିଡ୍ରୋନ୍‌ ସିଷ୍ଟମ ଭାରତ ଇଲେକ୍ଟ୍ରୋନିକ୍ସ ନିର୍ମାଣ କରିବ। ୨୦୨୦ ବର୍ଷ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଡ୍ରୋନ୍‌ ଆକ୍ରମଣ ଭୟ ଥିବାରୁ ତାଙ୍କ ସୁରକ୍ଷାରେ ମଧ୍ୟ ଆଣ୍ଟିଡ୍ରୋନ୍‌ ସିଷ୍ଟମ୍‌ ନିୟୋଜିତ ହେବ। ପାକିସ୍ତାନୀ ଆତଙ୍କବାଦୀମାନେ ଚାଇନା ନିର୍ମିତ ବ୍ୟବସାୟିକ ଡ୍ରୋନ୍‌ ସହାୟତାରେ ନିୟନ୍ତ୍ରଣ ରେଖା ସେପଟୁ ଜମ୍ମୁ-କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ପଠାଉଛନ୍ତି।

Share