କପି ବିରୋଧୀ ଆଇନ

ଆଗରୁ ଧାରଣା ଥିଲା ଯେ,କେବଳ ଅମଲାତନ୍ତ୍ରୀ, ରାଜନୈତିକ ବ୍ୟକ୍ତି ଓ ବ୍ୟବସାୟୀ ଦୁର୍ନୀତି କରି ଭାରତକୁ ତଳିତଳାନ୍ତ କରିବାରେ ଦାୟୀ। କିନ୍ତୁ ବାସ୍ତବ ପରିସ୍ଥିତି ଦର୍ଶାଉଛି ଯେ, ଦୁର୍ନୀତିର ମୂଳଦୁଆ ପକାଇଛି ଏହି ଦେଶର ସାଧାରଣ ନାଗରିକ, ଯେଉଁଥିପାଇଁ ଏହି ମାଟିରୁ କେବେହେଲେ ଦୁର୍ନୀତି ଦୂରକରାଯାଇପାରିବ ବୋଲି ବିଶ୍ୱାସ ହେଉନାହିଁ। ତା’ ପଛର କାରଣ ରହିଛି ଅନେକ ଏବଂ ମୁଖ୍ୟ କାରଣ ହେଉଛି ସମସ୍ତେ ନିଜର ସକ୍ଷମତାଠାରୁ ଯଥେଷ୍ଟ ଆଗରେ ଅଛନ୍ତି ବୋଲି ଦର୍ଶାଇବାକୁ ଚାହାନ୍ତି। ସେଥିପାଇଁ ସମସ୍ତଙ୍କୁ ସବୁ ପ୍ରଥମେ ଦରକାର। ଏହି ଲକ୍ଷ୍ୟ ରଖି ଜୀବନର ଦୌଡ଼ରେ ପ୍ରତିଯୋଗିତା କରୁଥିବା ଭାରତୀୟ ନାଗରିକ ତାହାର ଦକ୍ଷତା ବୃଦ୍ଧି ପରିବର୍ତ୍ତେ ଲୋଭର ଆଶ୍ରୟ ନେଇ ଆଗେଇବାକୁ ଚାହିଁଥାଏ। ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ପିଲାମାନେ କପିର ଆଶ୍ରୟ ନେଇଥାନ୍ତି। ଏପରିକି ସେତିକିରେ କାମ ନ ହେଲେ ମାତାପିତା ଲାଞ୍ଚ ଦେବାକୁ ଖାତା ଦେଖୁଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପାଖରେ ପହଞ୍ଚିଯାଆନ୍ତି। ବଡ଼ ମଣିଷ ହେବା ପରେ ସରକାରୀ ପଦବୀ ପାଇଁ ଦେଉଥିବା ପରୀକ୍ଷାରେ ଯୁବତୀଯୁବକ ସେହିଭଳି ପ୍ରକାର ଦୁର୍ନୀତିର ଆଶ୍ରୟ ନେଇଥାନ୍ତି।
ଏବେ କେନ୍ଦ୍ର ଓ ରାଜ୍ୟ ପବ୍ଲିକ୍‌ ସର୍ଭିସ୍‌ କମିଶନ, ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡ (ଆର୍‌ଆର୍‌ବି), ବ୍ୟାଙ୍କ ପରୀକ୍ଷା, କେନ୍ଦ୍ର ସରକାରଙ୍କର ମନ୍ତ୍ରଣାଳୟ ଓ ସମସ୍ତ ବିଭାଗ ସହ ଜଡ଼ିତ ସଂସ୍ଥା ଏବଂ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଇତ୍ୟାଦି ସବୁ କେନ୍ଦ୍ରୀୟ ପରୀକ୍ଷାରେ ସମସ୍ତ ପ୍ରକାର ଅନୈତିକ କାର୍ଯ୍ୟ ରୋକିବା ଲାଗି ଆଇନ ଆଗତ କରାଯାଇଛି। ଏହିସବୁ ପରୀକ୍ଷାର ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୩ ବର୍ଷରୁ ୫ ବର୍ଷ ଯାଏ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନାର ପ୍ରାବଧାନ ରଖାଯାଇଛି। ଏହା ବ୍ୟତୀତ ପରୀକ୍ଷା ପରିଚାଳନାରେ ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥା ଉପରେ ୧ କୋଟି ଟଙ୍କା ଜରିମାନା କରାଯିବା ସହ ପରୀକ୍ଷା ଖର୍ଚ୍ଚ ଆଦାୟ କରାଯିବ ବୋଲି ଖବର ପ୍ରକାଶ ପାଇଛି। ସମ୍ଭବତଃ ସ୍ବାଧୀନ ଭାରତରେ ସର୍ବାଧିକ ସମୟ ଚାଲିଥିବା ପରୀକ୍ଷା ଏବଂ ଫଳାଫଳ ସମ୍ପୃକ୍ତ ଦୁର୍ନୀତିର ଶୀର୍ଷରେ ପହଞ୍ଚିଥିଲା ଭାଜପା ଶାସିତ ମଧ୍ୟପ୍ରଦେଶ ସରକାରଙ୍କ ବ୍ୟାପମ ଘଟଣାରେ। ସେହି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରବଳ ସଂଖ୍ୟକ ଅଣରାଜନୈତିକ ବ୍ୟକ୍ତି ସମ୍ପୃକ୍ତ ଥିଲେ। ମେଡିକାଲ କିମ୍ବା ଇଞ୍ଜିନିୟରିଂରେ ବିଭିନ୍ନ ସରକାରୀ ପଦବୀରେ ପଶିବା ପାଇଁ ଜାଲିଆତି କରି ଅନେକ ହଜାର ଲୋକ ଚାକିରିରେ ଅଛନ୍ତି। ଯେଉଁମାନେ ସେହି ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ଚେଷ୍ଟା କରିଥିଲେ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ହତ୍ୟା କରାଯିବାର ଖବର ସମସ୍ତେ ଜାଣନ୍ତି। ଏପରିକି ମଧ୍ୟପ୍ରଦେଶର ଜଣେ ପୂର୍ବତନ ରାଜ୍ୟପାଳଙ୍କ ପୁତ୍ର ଏବଂ ସେହି ରାଜ୍ୟର ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ପୁତ୍ରଙ୍କୁ ରାଜ୍ୟ ବାହାରେ ହତ୍ୟା କରାଯାଇଥିଲା। ଦୁର୍ନୀତିକୁ ବଢ଼ାଇବା ପାଇଁ ବିପୁଳ ଅର୍ଥ, ଗୁଣ୍ଡାମି ଓ ଧମକ ଏବଂ ଉଚ୍ଚପଦସ୍ଥ ଲୋକଙ୍କ ସକ୍ରିୟ ସାହାଯ୍ୟ ଲୋଡ଼ାଯାଇଥିବା ହେତୁ ବ୍ୟାପମର ପ୍ରଭାବ ଆଜି ମଧ୍ୟ ରହିଛି। ଭାତହାଣ୍ଡିରୁ ଗୋଟିଏ ଦାନା ଚିପିଲା ଭଳି ମଧ୍ୟପ୍ରଦେଶର ଭାଜପା ସରକାରର ଦୀର୍ଘଦିନ ଧରି ଚାଲିଆସୁଥିବା କାରନାମା ପ୍ରମାଣ କରୁଛି ଯେ ସବୁ ରାଜନୈତିକ ଦଳ ଏବଂ ଭାରତ ବ୍ୟାପୀ କେନ୍ଦ୍ର ଓ ସବୁ ରାଜ୍ୟର ଅମଲାତାନ୍ତ୍ରିକ ବ୍ୟବସ୍ଥା ପରୀକ୍ଷା ଦୁର୍ନୀତିରେ ସକ୍ରିୟ ଭାବେ ଜଡ଼ିତ ରହିଆସିଛି। ଓଡ଼ିଶାରେ ମଧ୍ୟ ସବୁ ଛୋଟ ବଡ଼ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ୍‌ର ଦୁଃଖଦାୟକ ଖବର ବାରମ୍ବାର ମିଳୁଛି। ଏହି ପ୍ରଚ୍ଛଦପଟରେ ଦେଖିଲେ କେନ୍ଦ୍ରର ଭାଜପା ସରକାର ଆଣିଥିବା ‘ଆଣ୍ଟି ଚିଟିଂ ଆଇନ’ କୌଣସି ଭାବେ ପରୀକ୍ଷା ଜାଲିଆତିକୁ ରୋକିବା ପାଇଁ ଉଦ୍ଦିଷ୍ଟ ନୁହେଁ। ହୁଏତ ଏହି ନୂଆ ଆଇନ କିଛି ପରିମାଣରେ ଦୁର୍ନୀତି ରୋକିବାରେ ସଫଳ ହୋଇପାରେ। ସବୁକିଛି ନିର୍ଭରକରେ ଆଇନର କାର୍ଯ୍ୟକାରିତା ଉପରେ।

ଭାତହାଣ୍ଡିରୁ ଗୋଟିଏ ଦାନା ଚିପିଲା ଭଳି ମଧ୍ୟପ୍ରଦେଶର ଭାଜପା ସରକାରର ଦୀର୍ଘଦିନ ଧରି ଚାଲିଆସୁଥିବା କାରନାମା ପ୍ରମାଣ କରୁଛି ଯେ ସବୁ ରାଜନୈତିକ ଦଳ ଏବଂ ଭାରତ ବ୍ୟାପୀ କେନ୍ଦ୍ର ଓ ସବୁ ରାଜ୍ୟର ଅମଲାତାନ୍ତ୍ରିକ ବ୍ୟବସ୍ଥା ପରୀକ୍ଷା ଦୁର୍ନୀତିରେ ସକ୍ରିୟ ଭାବେ ଜଡ଼ିତ ରହିଆସିଛି। ଓଡ଼ିଶାରେ ମଧ୍ୟ ସବୁ ଛୋଟ ବଡ଼ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ୍‌ର ଦୁଃଖଦାୟକ ଖବର ବାରମ୍ବାର ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri