Posted inଜାତୀୟ

ଲୋକ ସଭାରେ ଆଣ୍ଟାର୍କଟିକ୍‌ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୩ା୭: ନିକଟରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରିଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଏବଂ ଦରବୃଦ୍ଧି ନେଇ ବିରୋଧୀ ଦଳଗୁଡ଼ିକ ଶୁକ୍ରବାର ପାର୍ଲାମେଣ୍ଟରେ ହଟ୍ଟଗୋଳ କରିଛନ୍ତି। ଏହି ଦୁଇ ପ୍ରସଙ୍ଗରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଅଲୋଚନା ଦାବିରେ କଂଗ୍ରେସ, ଏନ୍‌ସିପି, ସିପିଆଇ, ସିପିଏମ୍‌, ଶିବସେନା, ଡିଏମ୍‌କେ, ଆର୍‌ଏସ୍‌ପି ଏବଂ ଅନ୍ୟ କେତେକ ଦଳର ସଦସ୍ୟ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ପ୍ଲାକାର୍ଡ ଓ ବ୍ୟାନର ଧରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ଏନେଇ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ। ଇତିମଧ୍ୟରେ ଲୋକ ସଭାରେ ମୌସୁମୀ ଅଧିବେଶନର ପ୍ରଥମ ବିଧେୟକ ଗୃହୀତ ହୋଇଛି।
ବିରୋଧୀଙ୍କ ବିକ୍ଷୋଭ ମଧ୍ୟରେ ଲୋକ ସଭାରେ ଇଣ୍ଡିଆନ୍‌ ଆଣ୍ଟାର୍କଟିକ୍‌ ବିଲ୍‌,୨୦୨୨ ଗୃହୀତ ହୋଇଛି। ଭୂବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଦ୍ୱାରା ଆଗତ ଏହି ବିଧେୟକ ଆଇନରେ ପରିଣତ ହେଲେ ଆଣ୍ଟାର୍କଟିକ୍‌ ଅଞ୍ଚଳରେ ଭାରତ ପକ୍ଷରୁ ପ୍ରତିଷ୍ଠିତ ଗବେଷଣା କେନ୍ଦ୍ରଗୁଡ଼ିକରେ ଘରୋଇ ଆଇନଗୁଡ଼ିକୁ କାର୍ଯକାରୀ କରାଯାଇପାରିବ। ୧୯୫୯ରେ ସ୍ବାକ୍ଷରିତ ଆଣ୍ଟାର୍କଟିକ୍‌ ଚୁକ୍ତିରେ ଭାରତ ୧୯୮୩ରେ ସ୍ବାକ୍ଷର କରିଥିଲା। ଆଣ୍ଟର୍କଟିକାକୁ ସାମରିକ କାର୍ଯ୍ୟକଳାପ ପାଇଁ ବ୍ୟବହାର ନ କରି ସମ୍ପୃକ୍ତ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ସୁନିଶ୍ଚିତ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ଆଣ୍ଟର୍କଟିକାରେ ଖନନ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ନ ରହିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ। ଉକ୍ତ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଭୂବିଜ୍ଞାନ ସଚିବଙ୍କ ଅଧ୍ୟକ୍ଷତାରେ ତଥା ଅନ୍ୟ କେତେକ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହା ପରେ ସେହି ମହାଦେଶରେ ଭାରତୀୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଦଖଲରେ ଥିବା ସ୍ଥାନରେ ଭାରତୀୟ ଆଇନ ଲାଗୁ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ ବିତର୍କରେ ଭାଗନେଇ କହିଥିଲେ, ଆଣ୍ଟର୍କଟିକାକୁ ଏକ ପ୍ରାକୃତିକ ସଂରକ୍ଷିତ ଅଞ୍ଚଳ ଭାବେ ପ୍ରୋତ୍ସାହନ ଦେବା ପାଇଁ ଏହି ବିଲ୍‌ ଅଣାଯାଇଛି। ଗୁରୁବାର ବିରୋଧୀ ଦଳ ସଦସ୍ୟମାନେ ବିକ୍ଷୋଭ କରିବାରୁ ଏହା ଉପରେ ଆଲୋଚନାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ସେମାନେ ଗୃହକୁ ନ ଆସି ବାହାରେ ବିକ୍ଷୋଭ କରୁଛନ୍ତି। ଗୃହରେ ଅଧ୍ୟକ୍ଷତା କରୁଥିବା ରାଜେନ୍ଦ୍ର ଅଗ୍ରଓ୍ବାଲ ବିରୋଧୀ ସଦସ୍ୟଙ୍କୁ ବିକ୍ଷୋଭ ବନ୍ଦ କରି ବିତର୍କରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ବିଲ୍‌ ପାସ୍‌ ହେବା ପରେ ଗୃହକୁ ସୋମବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri