ବମ୍ବେ: ଓ୍ବେବ୍ ସିରିଜ ‘ମସ୍ତରାମ୍’ର ଅଭିନେତା ଅଂଶୁମାନ ଝା ତାଙ୍କ ବିଦେଶୀ ପ୍ରେମିକା ସିଆର୍ ଓ୍ବିଣ୍ଟର୍ସଙ୍କୁ ବିବାହ କରିବେ। ଚଳିତ ବର୍ଷ ଅକ୍ଟୋବର ୨୯ରେ ଆମେରିକାରେ ପ୍ରଥମେ ତାଙ୍କ ବିବାହ ଅନୁଷ୍ଠିତ ହେବ। ପରେ ମାର୍ଚ୍ଚ ୨୦୨୩ରେ ସେମାନେ ଭାରତୀୟ ପରମ୍ପରାନୁଯାୟୀ ବିବାହ କରିବେ। ଉଭୟଙ୍କ ନିର୍ବନ୍ଧ ୨୦୨୦ରୁ ହୋଇସାରିଥିବା ବେଳେ ଦୁହେଁ ବିବାହକୁ ନେଇ ବେଶ ଉତ୍ସାହିତ ଅଛନ୍ତି।
ତେବେ ଅଂଶୁମାନ ୧୩ ବର୍ଷ ବୟସରେ ଥିଏଟରରେ ଶିଶୁ କଳାକାର ଭାବେ କାମ କରିଥିଲେ। ଅନେକ ବର୍ଷ ଧରି ସେ ପୃଥ୍ବୀ ଥିଏଟର ସହ ଜଡ଼ିତ ଥିଲେ। ପରେ ସେ ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା’ ଜରିଆରେ ନିଜର ଡେବ୍ୟୁ କରିଥିଲେ। ଏବେ ସେ ଫିଲ୍ମ ‘ଲକଡ୍ବଘ୍ଘା’ର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ଅର୍ଜୁନ ମାଥୁର, ତନିଷ୍ଠା ଚାଟାର୍ଜୀ ଏବଂ ରସିକା ଦୁଗ୍ଗଲ ପ୍ରମୁଖ ନଜର ଆସିବେ।


