Categories: ଜାତୀୟ

ପୁଣି ଟାର୍ଗେଟ କିଲିଂ: ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା…

ଶ୍ରୀନଗର,୨୬।୨ : ଆତଙ୍କବାଦୀମାନେ ପୁଣି ଥରେ କଶ୍ମୀର ଉପତ୍ୟକାର ପୁଲୱାମାରେ ଟାର୍ଗେଟରେ କିଲିଂ କରିଛନ୍ତି। ରବିବାର ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ଉପରକୁ ଗୁଳି ଚଳାଇ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି। ସଞ୍ଜୟ ଶର୍ମାଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାନୁସାରେ, ପୁଲୱାମାର ଅଚନ ଅଞ୍ଚଳର ବାସିନ୍ଦା କାଶୀନାଥ ଶର୍ମାଙ୍କର ୪୦ ବର୍ଷ ବୟସ୍କ ପୁଅ ସଞ୍ଜୟ ଶର୍ମା ରବିବାର ଦିନ କିଛି କାମ ପାଇଁ ବଜାରକୁ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ପୋଲିସ ସହାୟତାରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ।

Share